୨ଟି ଭିନ୍ନଭିନ୍ନ ଦୁର୍ଘଟଣାରେ ୩୦ ଆହତ , କେନ୍ଦ୍ରାପଡାରେ ଓଲଟିଲା ସ୍କୁଲ ଭ୍ୟାନ ସେପଟେ ଦେବଗଡରେ ଓଲଟିଲା ମିନିଟ୍ରକ ।

36

କନକ ବ୍ୟୁରୋ : ପୁଣି ଦୁର୍ଘଟଣା ହେଲା ସ୍କୁଲ ଭ୍ୟାନ । ତେବେ ଘଟଣାଟି ଆଜି ସକାଳୁ ହୋଇଥିବା ସୂଚନା ମିଳିଛି । ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କେନାଲ ବନ୍ଧର ଲକ୍ଷ୍ମୀନାରାୟଣପୁର ନିକଟରେ ଏକ ସ୍କୁଲ ଭ୍ୟାନ କେନାଲକୁ ଓଲଟି ପଡ଼ିଛି । ତେବେ ଗ୍ରାମବାସୀଙ୍କ ସହଯୋଗରେ ଭ୍ୟାନ ସହିତ ଏଥିରେ ଥିବା ସମସ୍ତ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି । ଏଥିରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇ ନାହାଁନ୍ତି। ଆଜି ସେଣ୍ଟ ଜାଭିୟର ସ୍କୁଲରେ ବଢ଼ୁଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ୍ ଆଜି ସକାଳେ ସ୍କୁଲକୁ ଯାଉଥିବା ବେଳେ ହଠାତ କେନାଲ ରୋଡରେ ଭାରସାମ୍ୟ ହରାଇ ଲକ୍ଷ୍ମୀନାରାୟଣ ପୁର ନିକଟରେ କେନାଲକୁ ଓଲଟି ପଡ଼ିଥିଲା। ସୂଚନା ପାଇ ଗ୍ରାମବାସୀମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଭିତରୁ ଛାତ୍ରଛାତୀଙ୍କୁ ଉଦ୍ଧାର କରିବା ସହିତ ଗାଡ଼ିଦୁଇଟିକୁ ମଧ୍ୟ ଉଦ୍ଧାର କରିଛନ୍ତି।

 

ତେବେ ସରକାରୀ ନିୟମ ସତ୍ତ୍ୱେ ଅତି ବିପଦଜ୍ଜନକଭାବେ ଛାତ୍ରଛାତ୍ରୀଙ୍କୁ ପରିବହନ କରାଯାଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ସରକାରୀ ନିୟମକୁ ସ୍ଥାନୀୟ କର୍ତ୍ତୃପକ୍ଷ ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ସମସ୍ତ ସ୍କୁଲ ପିଲାମାନଙ୍କୁ ନିକଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା ହେଲେ ପରେ ପୋଲିସ ହସ୍ତକ୍ଷେପ କରିବାରୁ ପରିସ୍ଥିତିରେ ଶାନ୍ତ ପଡିଛି । ସେପଟେ ଆଜି ସକାଳେ ଦେବଗଡ଼ ଜିଲ୍ଲା ଗଇଲ ଘାଟିରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ମୋଟ୍ ୧୨ ଜଣ ଗୁରୁତର ଭାବ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ମିନି ଟ୍ରକଟି ଗଇଲ ଘାଟି ଉପରେ ଥିବା ବେଳେ ଡ୍ରାଇଭର ମିନିଟ୍ରକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ମିନି ଟ୍ରକଟି ଘାଟି ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହାତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସହ ଗର୍ଭବତି ମହିଳାଙ୍କୁ ବିଶେଷ ଭାବରେ ଚିକିତ୍ସା କରାଯାଉଥିବା ଜଣାପଡିଛି ।