ବଡପରଦାକୁ ଫେରୁଛନ୍ତି କରୀନା ! ‘ବୀର ଦି ୱେଡିଙ୍ଗ’ରେ ନୂଆ ଲୁକରେ ବେବୋ

42

କରୀନାଙ୍କ ଫ୍ୟାନମାନଙ୍କ ଉତ୍କଣ୍ଠା ଶେଷ ହେବା ପାଇଁ ଯାଉଛି । ଫ୍ୟାନମାନଙ୍କୁପ ଖୁସି ଖବର ଦେଉଛନ୍ତି ବେବୋ । ଖୁବଶୀଘ୍ର ସିଲଭର ସ୍କ୍ରିନରେ ନଜରରେ ଆସିବେ ଚୁଲବୁଲି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । ‘ବୀର ଡି ୱେଡିଙ୍ଗ’ର ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । ଏଥିରେ ସୋନମ କାପୁରଙ୍କ ସହ କରୀନାଙ୍କୁ ଦେଖିବାକୁ ମିଳିଛି ।

କରୀନା ଏପରି ଜଣେ ଅଭିନେତ୍ରୀ ଯିଏ କି ଗର୍ଭବତୀ ଥିବା ସମୟରେ ବି ଥଣ୍ଡା ମିଜାଜରେ ଫଟୋ ସୁଟ କରିଥିଲେ । ପୁଅ ତୈମୁର ଖାନଙ୍କୁ ଜନ୍ମ ପରେ ଓଜନ କମାଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ସମସ୍ତେ । କରୀନାଙ୍କ ଅସଂଖ୍ୟ ଫ୍ୟାନ ତାଙ୍କୁ ବଡ ପରଦାରେ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ନିକଟରେ ଇନଷ୍ଟାଗ୍ରାମରେ ‘ବୀର ଦି ୱେଡିଙ୍ଗ’ ସେଟରୁ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସୋନମ,କରୀନାଙ୍କ ସହ ସୁମିତ ବ୍ୟାସ କିଛି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ‘ବୀର ଡି ୱେଡିଙ୍ଗ’ସିନେମାରେ ସୋନମ,କରୀନାଙ୍କ ବ୍ୟତୀତ ସ୍ୱର ଭାସ୍କର,ଶୀକ୍ଷା ତାଲସାନିଆ ଓ ସୁମୀତ ଭ୍ୟାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଫିଲ୍ମ ୨୦୧୮ମେ୧୮ରେ ରିଲିଜ କରିବା ପାଇଁ ପ୍ରଡକ୍ସନ ହାଉସ ତରଫରୁ ଚେଷ୍ଟା କରାଯାଉଛି ।