ସୁନ୍ଦର କେଶ ପାଇବା ପାଇଁ ଚାହୁଁଛନ୍ତି କି ? ପିଆଜ ରସର ବ୍ୟବହାର କରନ୍ତୁ . . . .

133

ସୁନ୍ଦର ଓ ଘନ କେଶ ପାଇବା ପାଇଁ ସମସ୍ତେ ଚାହାନ୍ତି, ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି । କିନ୍ତୁ ସୁନ୍ଦର କେଶ ପାଇଁ ଉପଯୁକ୍ତ ଧ୍ୟାନ ନେବାକୁ ପଡିବ । ଏକ ସର୍ବେକ୍ଷଣରୁ ଜଣାପଡିଛି ନିୟମିତ ରୁପେ କେଶରେ ପିଆଜ ରସ ଲଗାଇଲେ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ମିଳେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ କେମିତି ବ୍ୟବହାର କରିବେ ତାହା ଜାଣିବା ଜରୁରୀ ।

• ପିଆଜ ରସ ସହ ନଡିଆ ତେଲକୁ ମିଶାଇ କେଶରେ ଲଗାଇଲେ କେଶ ଘନ ହେବା ସହ ସିଲ୍କି ଦେଖାଯାଏ । ଅଳ୍ପ ଉଷୁମ ନଡିଆ ତେଲ ସହ ପିଆଜ ରସ ମିଶାଇ କେଶମୂଳରେ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶରେ ଚମକ ଆସିଯିବ ।

• ସୁସ୍ଥ କେଶ ପାଇଁ ମହୁ ମଧ୍ୟ ବହୁତ ଦରକାରୀ । ଅଧା କପ୍ ପିଆଜ ରସରେ ୩ ଚାମଚ ମହୁ ମିଶାଇ ଭଲରେ ମିଶାଇ ଦିଅନ୍ତୁ । ଏହାକୁ କେଶମୂଳରେ ଲଗାନ୍ତୁ । ଏପରି କରିବାଳ ଦ୍ୱାରା କେଶ ବଢିବା ସହ କେଶକୁ ଆବଶ୍ୟକ ପୋଷଣ ମଧ୍ୟ ମିଳିଥାଏ ।

• ସୁନ୍ଦର ଓ ମଜଭୂତ କେଶ ପାଇଁ ପ୍ରଥମେ କେଶ ମୂଳରେ ପିଆଜ ରସକୁ ମାଲିସ କରନ୍ତୁ । ଏକ ଘଣ୍ଟା ପରେ ବିୟର ସାମ୍ପୋରେ ମୁଣ୍ଡ ଧୋଇ ନିଅନ୍ତୁ । ଏପରି କଲେ କେଶ ଘନ ଦେଖାଯାଏ ।

• ଆପଣ ଚାହିଁଲେ କିଛି ନମିଶାଇ ପିଆଜ ରସକୁ ବ୍ୟବହାର କରିପାରିବେ । ପିଆଜ ରସକୁ କେଶରେ ମାଲିସ କରି ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଭଲଭାବରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏପରି କଲେ କେଶ ଫାଟିବାକୁ ମୁକ୍ତି ମିଳେ ।

• ପିଆଜ ରସକୁ ଆପଣ ମେହେନ୍ଦୀ ସହ ମଧ୍ୟ ବ୍ୟହାର କରିପାରିବେ । କେଶରେ ମହେନ୍ଦୀ ଲଗାଇବା ବେଳେ ପିଆଜ ରସ ମିଶାଇ ଲଗାନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଜାଣିପାରିବେ ପିଆଜ କେଶ ପାଇଁ କେତେେ ଉପକାରୀ ।