କପିଲ ବନାମ ଆପ ! ଆଜି କେଜରିୱାଲଙ୍କ ବିରୋଧରେ ନୂଆ ଖୁଲାସା କରିବେ କପିଲ ମିଶ୍ରା

20

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମୁସ୍କିଲ କମିବା ବଦଳରେ ବଢିବାରେ ଲାଗିଛି । ଅନଶନ ଚଳାଇଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା କେଜରିୱାଲଙ୍କ ନାଁରେ ଆଜି ନୂଆ ଖୁଲାସା କରିବେ ବୋଲି ଦାବି କରିଛନ୍ତି । ଆପ ମନ୍ତ୍ରୀଙ୍କ ବିଦେଶ ଗସ୍ତର ସମ୍ପୂର୍ଣ୍ଣ ତଥ୍ୟ ଦାବିରେ କପିଲ ମିଶ୍ରାଙ୍କ ଅନଶନ ଆଜି ପଂଚମ ଦିନରେ ପହଂଚିଛି ।

ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସତ୍ୱେ ସେ ଅନଶନ ଚଳାଇଛନ୍ତି । କାଲି ରାତିରେ ଦିଲ୍ଲୀ ପୋଲିସ ମେଡିକାଲ ଯିବା ପାଇଁ କପିଲଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଦିଲ୍ଲୀ ସରକାରଙ୍କ ଇସାରାରେ ଡାକ୍ତରୀ ଦଳ କାମ କରୁଥିବା ଅଭିଯୋଗ ଆଣିଛନ୍ତି କପିଲ ମିଶ୍ରା । ଆଜି ସାଢେ ୧୧ଟାରେ କପିଲ ମିଶ୍ରା ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ।