ଅନିଶ୍ଚିତତାରେ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟ : ସମସ୍ୟାର ସମାଧାନ ନେଇ ୧୭ମାସ ଧରି ବିସ୍ଥାପିତମାନେ ବନ୍ଦ ରଖିଛନ୍ତି ପ୍ରକଳ୍ପ କାମ

29

କନକ ବ୍ୟୁରୋ : ସମସ୍ୟା ଭିତରେ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର କାର୍ଯ୍ୟ । ଏଯାଏ ଆଗେଇ ପାରୁନି ଏହାର କାର୍ଯ୍ୟ । ବିସ୍ଥାପିତମାନଙ୍କ ବହୁବିଧ ସମସ୍ୟାର ସମାଧାନ ହେଉନଥିବାରୁ ସେମାନେ ଏହି ପ୍ରକଳ୍ପ କାମକୁ ବନ୍ଦ ରଖିଛନ୍ତି । ଫଳରେ ୧୭ ମାସ ହେଲା ଆରମ୍ଭ ହୋଇ ପାରୁନି ଏହାର କାମ ।

ପ୍ରକଳ୍ପ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । କଡା ସୁରକ୍ଷା ମଧ୍ୟରେ ଦୀର୍ଘ ୧୭ମାସର ବ୍ୟବଧାନ ପରେ ଆଜି କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାସୁଦେବପୁର ନିକଟସ୍ଥ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିକଟରେ ଏଥିପାଇଁ ୨୨ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବାର ସୂଚନା ରହିଛି । ଏହାର ତଦାରଖ ନିଜେ ଏସପି ରାଜେଶ୍ ପଣ୍ଡିତ କରିବେ ବୋଲି ସୂଚନା ରହିଥିବା ବେଳେ,ଏହି କାମରେ ତାଙ୍କୁ ୨ଜଣ ଡିଏସପି,୬ଜଣ ଆଇଆଇସି ସହଯୋଗ କରିବେ । ୪୩୧କୋଟି ଟଙ୍କାରୁ ଆରମ୍ଭ ହୋଇ ଏହି ପ୍ରକଳ୍ପ ଏବେ ୨୨୦୦ କୋଟିରେ ପହଞ୍ଚିଛି ।

୧୯୯୪ ମସିହାରେ ବିଜୁବାବୁ ଏହାର ଶିଳାନ୍ୟାସ କରିଥିଲେ । ଏହାପରେ ୧୯୯୮ରେ ଜାନକୀ ବାବୁ ଓ ପରେ ୨୦୦୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ । ସେବେଠାରୁ ଏହି ପ୍ରକଳ୍ପର କାମ ଜାରି ରହିଛି । ହେଲେ,ଆଗେଇ ପାରୁନାହିଁ ।