କନ୍ଧମାଳରେ ଭୟଙ୍କର ଦୁର୍ଘଟଣା ! ମୃତକଙ୍କ ପରିବାରରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

281

କନକ ବ୍ୟୁରୋ : କନ୍ଧମାଳରେ ଭୟଙ୍କର ଦୁର୍ଘଟଣା । କନ୍ଧମାଳ ବାଲିଗୁଡା ନିକଟବର୍ତି ପୋଇଗୁଡା ଘାଟିରୁ ଓଲଟିପଡିଲା ମିନିଟ୍ରକ । ଟ୍ରକ ତଳେ ଚାପି ହୋଇ ଚାଲିଗଲା ୮ଜଣଙ୍କ ଜୀବନ । ଆଉ ୨୫ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଓ ଆହତଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ ନେଇ କହିଛନ୍ତି ।

ଟ୍ରକଟି ଘାଟି ତଳକୁ ଖସି ପଡିବା ପରେ ସ୍ଥାନୀୟ ଲୋକମାନେ ଟ୍ରକ ତଳେ ଚାପି ହୋଇ ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୮ଜଣଙ୍କର ଅକାଳ ମୃତ୍ୟୁ ହୋଇଛି । କନ୍ଧମାଳ ଗଦାପୁରରୁ ବ୍ରାହ୍ମଣୀ ଗାଁକୁ ଯାଉଥିଲେ ସମସ୍ତେ । ସମସ୍ତେ ବ୍ରାହ୍ମଣୀ ଗାଁରେ ଏକ ଚର୍ଚ୍ଚରେ ଥିିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ବୋଲି କୁହାଯାଉଛି । ତେବେ ଲୋକମାନେ ଟ୍ରକ ଡାଲାରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଖବର ସମଗ୍ର ଅଂଚଳକୁ ସ୍ତବ୍ଧ କରିଦେଇଛି ।