କନକ ନ୍ୟୁଜର ମହାପ୍ରଭାବ ! ୧୦ ଟଙ୍କିଆ କଏନ ଗ୍ରହଣ ନକରିବାକୁ ନେଇ ଖବର ପ୍ରସାରଣ ପରେ ଚେତିଲେ ବ୍ୟାଙ୍କ କର୍ତ୍ତୃପକ୍ଷ

32

କନକ ବ୍ୟୁରୋ : ବଲାଙ୍ଗୀର ଆଇସିଆଇସିଆଇ ବ୍ୟାଙ୍କ ୧୦ ଟଙ୍କିଆ କଏନ ଗ୍ରହଣ କରୁନଥିବା ଖବର କନକ ନ୍ରୁ୍ୟଜରେ ପ୍ରସାରିତ ହେବା ପରେ ଚେତିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଏମିତିକି ଗ୍ରାହକଙ୍କ ଅବଗତି ପାଇଁ ବ୍ୟାଙ୍କରେ ବିଧିବଦ୍ଧ ନୋଟିସ ମାରିଛନ୍ତି । ଆରବିଆଇର ସବୁ ନୀତି ନିୟମକୁ ଉଲଙ୍ଘନ କରି ବଲାଙ୍ଗିର ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ ୧୦ ଟଙ୍କିଆ କଏନ ଗ୍ରହଣ କରୁ ନଥିଲେ ।

ଗତ ଶନିବାର ଏନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହୋଇଥିଲା । ଏମିତିକି ଖବର ସଂଗ୍ରହ ପାଇଁ ଯାଇଥିବା ବଲାଙ୍ଗିର ପ୍ରତନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ ବଲାଙ୍ଗୀର ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ । ଥାନାରେ ମାମଲା ପହଂଚିବା ପରେ ବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କ ସମେତ ଦୁର୍ବ୍ୟବହାର କରିଥିବା ସିକ୍ୟୁରିଟି ଗାର୍ଡଙ୍କୁ ପୋଲିସ ଅଟକ ରଖିଥିଲା । ପରେ ବ୍ୟାଙ୍କ କର୍ମଚାରୀ ନିଜର ଭୂଲକୁ ସ୍ୱୀକାର କରିବା ସହିତ କ୍ଷମା ମାଗିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-