ଢ଼େଙ୍କାନାଳ ଭିଜିଲାନ୍ସ ଟିମର ଚଢ଼ାଉ ପ୍ରସଙ୍ଗ ! ମିଛ ଚଢ଼ାଉର ଫଳ ଭୋଗିଲେ ଡିଏସପି

21

କନକ ବ୍ୟୁରୋ : ମିଛ ଚଢ଼ାଉର ଫଳ ଭୋଗିଲେ ଡିଏସପି । ଢ଼େଙ୍କାନାଳ ଜିଲ୍ଲା କାମାଷାନଗର ଏନଏସିର ଜୁନିୟର ଇଞ୍ଜିନିୟର ରାଜେନ୍ଦ୍ର ମିଶ୍ରଙ୍କୁ ୨୫ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ଏପ୍ରିଲ ୭ରେ ସେ ଜାମିନ ପାଇ ଜେଲରୁ ଖଲାସ୍ ହୋଇଥିଲେ । ଗତ ମାର୍ଚ୍ଚ ୨୪ରେ ମାତ୍ର ୨୦ମିନିଟରେ ଅପରେସନରେ ଢ଼େଙ୍କାନାଳ ଭିଜିଲାନ୍ସ ଟିମର ଚଢ଼ାଉ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା ବୋଲି ସିସିଟିଭି ଫୁଟେଜରୁ ପ୍ରମାଣିତ ହୋଇଥିଲା ।

ଏହି ସିସିଟିଭି ଫୁଟେଜକୁ ଆଧାର କରି ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଘଟଣାର ତଦନ୍ତ କରିଥିଲେ । ତାଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଭିଜିଲାନ୍ସ ଡିଜି ଢ଼େଙ୍କାନାଳ ୟୁନିଟ୍ ଡିଏସପି ହିମାଂଶୁ ଶେଖର ମିଶ୍ରଙ୍କୁ ତାଙ୍କ ମୂଳ ବିଭାଗକୁ ଫେରାଇ ଦେଇଛନ୍ତି । ଡିଏସପିଙ୍କ ସହିତ ଦୁଇଜଣ କନେଷ୍ଟବଳଙ୍କୁ ଭିଜିଲାନ୍ସରୁ ଅପସାରିତ କରାଯାଇଛି ।