ରାୟଗଡା ଜିଲ୍ଲା ମୁତୁକୁଣି ଗାଁରେ ଅଭାବନୀୟ ଘଟଣା ! ବିବାଦକୁ ସମାଧାନ କରିବାକୁ ଯାଇ ବଳିପଡିଲେ ମଧ୍ୟସ୍ଥି

39

କନକ ବ୍ୟୁରୋ : ବିବାଦରେ ବଳିପଡିଲେ ମଧ୍ୟସ୍ଥି । ଶ୍ୱଶୁର-ଜ୍ୱାଇଁଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବାକୁ ଯାଇ ଆହତ ହୋଇଛନ୍ତି ମଧ୍ୟସ୍ଥି । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମୁତୁକୁଣି ଗାଁରେ । ଘରୋଇ ବିବାଦକୁ ନେଇ ଲାଚଣା କାଡ୍ରାକା ଓ ତାଙ୍କ ଜ୍ୱାଇଁ ସମ୍ବା କୁନାକାଙ୍କ ମଧ୍ୟରେ ବଚସା ହୋଇଥିଲା । ପରିସ୍ଥିତି ଏପରି ହୋଇଯାଇଥିଲା ଯେ,ଏଥିରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ସମ୍ବାଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲେ ଲାଚଣା ।

ତେବେ ଏହି ବିବାଦରେ ସମାଧାନ କରୁଥିବା ଲାକଣା କାଡ୍ରାକାଙ୍କୁ ୩ଟି ବାଜିଥିଲା । ଏହାପରେ ଘଟଣାସ୍ଥଳରୁ ଲାଚଣା ଫେରାର ହୋଇଯାଇଥିବାବେଳେ ଏବେ ବି ଗାଁଦାଣ୍ଡରେ ପଡିରହିଛି ଲାକଣା । ଆମ୍ବୁଲାନ୍ସ ପହଂଚି ପାରିନଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲାକଣା । ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ପାରିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –