ମହୋଦଧିରେ ପାପ ଧୋଇଲେ ମହାରାଜା କଂସ: ଶ୍ରୀଜିଉଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଳିଯୁଗର କଂସ ହୃଷିକେଷ ଭୋଇ

34

କନକ ବ୍ୟୁରୋ : ଶେଷ ହେଲା ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଧନୁଯାତ୍ରା ଅବସରରେ ମହାରାଜା କଂସ ଭୂମିକାରେ ଅଭିନୟ କରି ହୃଷିକେଶ ଭୋଇ ଭଗବାନ ଶ୍ରୀକୃଷ୍ଣ ସମେତ ଦେବଗଣଙ୍କୁ ଗାଲିଗୁଲଜ କରିଥିବାରୁ ତାହାର ପ୍ରାୟଶ୍ଚିତ କରିବା ପାଇଁ ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି ।  ମହୋଦଧୀରେ ବୁଡ ପକାଇବା ପରେ ଶ୍ରୀଜିଉଙ୍କ ଦର୍ଶନ କରି କ୍ଷମା ପ୍ରର୍ଥାନା କରିଛନ୍ତି । ଦୀର୍ଘ ୧୧ ଦିନ ଧରି ଚାଲିିଥିବା ଏହି ମୁକ୍ତାକାଶ ରଙ୍ଗମଂଚର ନାଟକ ମାମୁ କଂସଙ୍କ ମୃତ୍ୟୁ ସହ ଶେଷ ହୋଇଛି । ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ କଂସଙ୍କୁ ବଧ କରି ସମସ୍ତ ଜଗତବାସୀଙ୍କୁ ଉଦ୍ଧାର କରିଛନ୍ତି । ଅଧର୍ମ ଉପରେ ଧର୍ମର ବିଜୟ ହେବା ସହ ସତ୍ୟ ପଥରେ ଆଗେଇ ଯିବାକୁ ପ୍ରେରଣା ଦେଇଛି ବରଗଡ ଧନୁଯାତ୍ରା ।

ଦେଖନ୍ତୁ ଏହି ଭିଡିଓ :