କଳିଙ୍ଗ ବାଲିଯାତ୍ରା ଉତ୍ସବରେ ନିମନ୍ତ୍ରଣ କରାନଯିବାରୁ ଖପ୍ପା ହୋଇଛନ୍ତି ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ

17

କନକ ବ୍ୟୁରୋ : ପାରାଦୀପରେ ଅନୁଷ୍ଠିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ଉତ୍ସବରେ ନିମନ୍ତ୍ରଣ କରାନଯିବାରୁ ଖପ୍ପା ହୋଇଛନ୍ତି ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ । ଜଗତସିଂହପୁର ଜିଲ୍ଲାପାଳ ପୂର୍ବରୁ ତାଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରି ଚିଠି ଦେଇଥିବା ବେଳେ ଏବେ ଅଭିସନ୍ଧି ରଖି ତାଙ୍କ ନାମକୁ ନିମନ୍ତ୍ରଣ ପତ୍ରରୁ କଟାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏହା ତାଙ୍କ ପାଇଁ ଅପମାନ ଓ ସେ ବାଲିଯାତ୍ରା ଉତ୍ସବରେ ଯୋଗଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ପାରାଦୀପରେ ଚାଲିଥିବା ଅରାଜକତା ବିଷୟରେ ସେ ସର୍ବସମ୍ମୁଖରେ ପ୍ରକାଶ କରିଦେବା ଭୟ ଯୋଗୁ ଶେଷ ମୁହୂର୍ତ୍ତରେ ତାଙ୍କୁ ଉତ୍ସବରେ ଯୋଗ ଦେବାରୁ ବଞ୍ଚିତ କରାଯାଇଛି ବୋଲି କହିଛନ୍ତି ।