ଲାଂଜିଗଡରେ ଲାଲବାହୀନିର ଲଙ୍କାକାଣ୍ଡ ! କଳହାଣ୍ଡି ଜମକନା ଠିକାଦାର କ୍ୟାମ୍ପ ଉପରେ ୫୦ରୁ ଅଧିକ ମାଓବାଦୀଙ୍କ ଆକ୍ରମଣ

27

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗୁଛି ମାଓବାଦୀଙ୍କ ଉତ୍ପାତ । କଳାହାଣ୍ଡି ଜିଲ୍ଲା ଲାଂଜିଗଡରେ ମାଓ ହମଲା । ଜମକନା ସ୍ଥିତ ଠିକାଦାର କ୍ୟାମ ଉପରେ ମାଓବାଦୀ ଆକ୍ରମଣ କରିଛନ୍ତି । ୫୦ରୁ ଅଧିକ ମହିଳା ଓ ପୁରୁଷ ମାଓବାଦୀ ବିଳମ୍ବିତ ରାତିରେ ଆସି କ୍ୟାମ୍ପର କର୍ମଚାରୀଙ୍କୁ ବନ୍ଦରଖି ସେଠାରେ ଥିବା ସମସ୍ତ ଗାଡିଙ୍କୁ ପୋଡି ଦେଇଛନ୍ତି ।

୪ଟି ଟାକ୍ଟ୍ରର ଗୋଟିଏ ଜେସିବି ଓ ଗୋଟି ଡମ୍ପର ପୋଡି ଦେଇ ୧୫ରୁ ଅଧିକ ପୋଷ୍ଟର ଛାଡି ଯାଇଛନ୍ତି । ପୋଷ୍ଟରରେ ସିପିଆଇ ମାଓବାଦୀଙ୍କ ନାଁ ଉଲ୍ଲେଖ ରହିଛି । ପୋଷ୍ଟରରେ ଗୁଣ୍ଡରିରୁ କାଡାମ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାକୁ ବିରୋଧ କରାଯାଇଛି । ଲୋକଙ୍କୁ ଜଳ ପ୍ରକଳ୍ପ ପାଇଁ ବିସ୍ଥାପନ କରି ଚଉଡା ରାସ୍ତା ନିର୍ମାଣକୁ ବିରୋଧ କରାଯାଇଥିବା ବେଳେ ମହିଳା ଓ ପୁରୁଷ ଶ୍ରମିକଙ୍କୁ ସମାନ ପାଉଣା ଦାବି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ନଥିବା ବେଳେ ସାଧାରଣ ଲୋକ ଆତଙ୍କିତ ରହିଛନ୍ତି ।