ଠକେଇ ମାମଲାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଗିରଫ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଉରକେଲାରେ ଏକ ଠକେଇ ମାମଲାରେ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ରାଉରକେଲା ଏସଡିଜେଏମ କୋର୍ଟ ୨୦୧୩ର ଏକ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ଏହାରି ଆଧାରରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ଜ୍ୟୋତିରାଣୀ ଷଡଙ୍ଗୀଙ୍କ ବିରୋଧରେ ଧାରା ୪୨୦, ୧୨୦ ବି, ୩୪ ଆଇପିସି ଦଫା ଲାଗିବା ସହ ପ୍ରାଇଜ୍ ଚିଟ୍ସ ଆଣ୍ଡ ମନି ସର୍କୁଲେସନ ବ୍ୟାନିଂ ଆକ୍ଟରେ ମାମଲା ରୁଜୁ ହୋଇଛି ।