ଶ୍ରୀମନ୍ଦିର ପରିଚାଳନାକୁ ନେଇ ଗଠିତ ହେଲା କମିସନ

23

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ସୁପରିଚାଳନା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସରକାର ଏକକ କମିସନ ଗଠନ କରିଛନ୍ତି । ୧୯୫୨ ଅଧିନୟମ ଅନୁଯାଇ ଏହି କମିସନ କାର୍ଯ୍ୟକରିବ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ଏକକ କମିଶନ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀଙ୍କୁ କମିସନଙ୍କୁ ସହଯୋଗ କରିବାକୁ ଚୟନ କରାଯାଇଛି । ବିଶେଷକରି ଏହି କମିସନ ମନ୍ଦିରର ସୁରକ୍ଷା ବ୍ୟବସ୍ଥା, ନିତିକାନ୍ତିର ସୁପରିଚାଳନା, ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା କରିବା ସହିତ ସେବାୟତଙ୍କ ସୁବିଧା ଆଦି ୬ଟି କ୍ଷେତ୍ରରେ କାର୍ଯ୍ୟକରିବ ବୋଲି ଜଣାପଡିଛି।