ଓଡ଼ିଶା ଇତିହାସରେ ବିରଳ! ଗୋଟିଏ ମାସ ମଧ୍ୟରେ ଶେଷ ହେଲା ଶୁଣାଣି , ଗଣଦୁଷ୍କର୍ମକାରୀଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

31

କନକ ବ୍ୟୁରୋ : ଓଡ଼ିଶା ଇତିହାସରେ ବିରଳ । ନାବାଳିକାଙ୍କୁ ନ୍ୟାୟ ପାଇଁ ଦିନ ତମାମ ଚାଲିଲା କୋର୍ଟ । ସମ୍ବଲପୁର ନାବାଳିକା ଦୁଷ୍ମର୍ମ ମାମଲାରେ ପକସୋ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ଏହି ଦୁଷ୍ମର୍ମ ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି ଏହି ଫାଷ୍ଟଟ୍ରାକ୍ କୋର୍ଟ । ଏହା ସହ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଶୁଣାଣି ରାତି ଯାଏ ଚାଲିଥିଲା । ବଡ କଥା ହେଉଛି ଏହି ମାମଲାର ଗୋଟିଏ ମାସ ଭିତରେ ଶୁଣାଣି କରିଛନ୍ତି କୋର୍ଟ । ଗତ ମାସ ୨ ତାରିଖ ଦିନ ଶାସନ କେନାଲ ନିକଟରେ ନାବାଳିକାଙ୍କୁ ୬ ଜଣ ବଳାକ୍ରାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଫଜଲ, ଟିନୁ ସାହୁ, ହାଡୁ ପାନଛାବିହା, ଅଭିଳାଶ ପାନଛାବିହା, ଆଶିର୍ବାଦ ବେହେରା ଏବଂ ଜଣେ ୧୩ ବର୍ଷିୟ ନାବାଳକଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାର ଠିକ୍ ୨୧ ଦିନ ପରେ ଅର୍ଥାତ୍ ୨୩ ତାରିଖ ସନ୍ଧ୍ୟାରେ ଏହି ନାବାଳିକା ଜଣକ ଆତ୍ମହତ୍ୟା କରିଦେଇଥିଲେ ।
ଘରେ କେହି ନଥିବା ସମୟରେ ସିଲିଂ ଫ୍ୟାନ୍ରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିଲେ । ଲୋକଲଜ୍ଜ ସହିନପାରି ସଂପୃକ୍ତ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନବମ ଶ୍ରେଣୀରେ ବଢୁଥିବା ଛାତ୍ରୀ ଜଣକ ବଜାରରୁ ଫେରୁଥିବାବେଳେ ଦୁଷ୍କର୍ମ ହୋଇଥିଲା ।