ଭୁବନେଶ୍ୱରରେ ଜୁଏଲ ଓରାମ୍ : କହିଲେ ଆଦିବାସୀଙ୍କୁ ହତ୍ୟା ପରେ ସରକାରଙ୍କୁ ଲାଗିଛି ଝଟକା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନ୍ଧମାଳ ଘଟଣାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ରଖିଲେ ପ୍ରତିକ୍ରିୟା । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ପୁଣି କଡା ଭାଷାରେ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ଜୁଏଲ । କହିଛନ୍ତି, ଏହି ଘଟଣା ରାଜ୍ୟ ସରକାରଙ୍କୁ ଦୋହଲାଇ ଦେଇଛି । ସରକାର ଏଭଳି ଘଟଣାରେ ଘଂଟ ଘୋଡାଉଥିଲେ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନି ଦେଇଛନ୍ତି ଜୁଏଲ ଓରାମ । ଏନସିଏସଟି କମିଶନ ଘଟଣାର ତଦନ୍ତ କରିବେ । ଏବଂ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୁଏଲ କହିଛନ୍ତି ।