ଆଇଏଏସ ପାଲଟିଲେ ଶିକ୍ଷକ: ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ର ଦେଲେ ଜୟପୁର ଉପଜିଲ୍ଲାପାଳ

24

କନକ ବ୍ୟୁରୋ: ଆଇଏଏସ ପାଲଟିଲେ ଶିକ୍ଷକ । ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେବାକୁ ଗୁରୁମନ୍ତ୍ର ଦେଲେ ଉପଜିଲ୍ଲାପାଳ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉପାନ୍ତ ଜିଲ୍ଲା କୋରାପୁଟରୁ । ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢାଇଛନ୍ତି ଜୟପୁର ଉପଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର । ନିଜ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରୁ ସମୟ ବାହାର କରି ପିଲାଙ୍କୁ ଦେଇଛନ୍ତି ପ୍ରଶାସନିକ ସେବାର ଶିକ୍ଷା ।

ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସାଇନ୍ସ ବ୍ଲକରେ କ୍ଲାସ ନେଇଥିଲେ ଆଇଏଏସ ରାଠୋର । ହାତରେ ଚକ୍ ଧରି ବ୍ଲାକବୋର୍ଡରେ ଲେଖି ବୁଝାଇଥିଲେ ପ୍ରଶାସନିକ ସେବାରେ ସଫଳ ହେବାର ମନ୍ତ୍ର । ଆଉ ଏହି କ୍ଲାସର ଛାତ୍ରଛାତ୍ରୀ ସାଜିଥିଲେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଆଇଏଏସ ପାଇଁ ପ୍ରସ୍ତୁତି କରୁଥିବା କିଛି ଛାତ୍ରଛାତ୍ରୀ । ଉପଜିଲ୍ଲାପାଳଙ୍କ ଏପରି ଅଭିନବ ପ୍ରୟାସକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।