ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ସେବାୟତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି : ଏସପି ଅଫିସ ସମ୍ମୁଖରେ ପୁରୀ ସାମ୍ବାଦିକ ସଂଘର ଧାରଣା

23

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା ଘଟଣାରେ ଜଣେ ସେବାୟତ ଗିରଫ ।  ଗଣମାଧ୍ୟମ ଭିଜୁଆଲ ଯାଂଚ ପରେ ସେବାୟତଙ୍କୁ ଗିରଫ କରାଯାଇଛି । ଆଉ ୨ ଜଣ ସେବାୟତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିବା ସିଂହଦ୍ୱାର ଥାନା ଆଇଆଇସି ସୂଚନା ଦେଇଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ରହିଛି । ସେବାୟତଙ୍କ ଗିରଫ ନେଇ ପୁଲିସ ଡିଜି କେବି ସିଂହ ମଧ୍ୟ ସୂଚନା ଦେଇଛନ୍ତି । ନୀଳାଦ୍ରି ବିଜେ ସମୟରେ ବିଭ୍ରାଟ ନେଇ ଖବର ପ୍ରସାରଣ ବେଳେ ବୈଦ୍ୟୁତିକ ଗଣମାଧ୍ୟମର କିଛି ସାମ୍ବାଦିକଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିଲେ ସେବାୟତ । ସେପଟେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ସମ୍ମୁଖରେ ଧାରଣା ଦେଇଛି ପୁରୀ ସାମ୍ବାଦିକ ସଂଘ । ସେବାୟତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –