ରିଲାଏନ୍ସ ଜିଓ ଲଂଚ କଲା ଜିଓ ଜିଏସଟି ସ୍ମାର୍ଟ କିଟ୍ ! ଜାଣନ୍ତୁ କଣ ରହିଛି ଏହି ଅଫରରେ

26

ରିଲାଏନ୍ସ ଜିଓ ଏପର୍ଯ୍ୟନ୍ତ ଅନେକ ଅଫର ସବୁ ଲଂଚ କରିସାରିଛି । କିନ୍ତୁ ଏବେ କଂପାନୀ ତରଫରୁ ଏକ ନୂଆ ଜିଏସଟି ଅଫର ଲଂଚ ହୋଇଛି । ଦେଶରେ ଜିଏସଟି ଲାଗୁ ହୋଇ ସାରିଛି ଏବଂ ଏହି ଭିତରେ କଂପାନୀ ନିଜର ଜିଏସଟି ଷ୍ଟାର୍ଟର କିଟ୍ ଲଂଚ କରିଛି , ଜିଓ ଫାଇ ଡିଭାଇସ୍ ।

ଏହି ଅଫର ଅନୁସାରେ ଜିଓଫାଇ ଡିଭାଇସ୍ ରେ ୨୪ ଜିବି ୪ଜି ଡେଟା ସହ ଅନଲିମିଟେଡ୍ ଭଏସ୍ କଲ୍ ରହିଛି । କଂପାନୀ ଅନୁସାରେ ଜିଓଫାଇ ଜିଏସଟି ଷ୍ଟାର୍ଟର କିଟ୍ ର ମୂଲ୍ୟ ୧୯୯୯ ଟଙ୍କା । କଂପାନୀର ଦାବୀ ଯେ ଏହି ଷ୍ଟାର୍ଟର କିଟ୍ ସହ ଦିଆଯାଉଥିବା ସର୍ଭିସ୍ ୧୦ହଜାର ଟଙ୍କାରୁ ଅଧିକ ମୂଲ୍ୟ ଅଟେ । ୧ ଜୁଲାଇରୁ ଜିଏସଟି ଲାଗୁ ହେବା ପରେ କୈାଣସି ବି ବ୍ୟବସାୟ ପାଇଁ ଟ୍ୟାକ୍ସ ଓ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଜିଏସଟିଆଇଏନ୍ ନମ୍ବରର ଆବଶ୍ୟକ ହେବ । ଜିଓ ଏହି କିଟ୍ ଲଂଚ କରିଛି । ଯେଉଁଥିରେ ବ୍ୟବସାୟୀଙ୍କୁ ଜିଏସଟି ଫାଇଲ୍ କରିବାରେ ସାହାଯ୍ୟ ହେବ । ଏହା ସହ ଏକ ଆପ୍ ମଧ୍ୟ ସହଯୋଗ କରିବ । ଏଥିରେ ସବୁ ସୂଚନା ମିଳିପାରିବ ।

ସୂଚନା ଅନୁସାରେ , ରିଲାଏନ୍ସ ଜିଓ ଜିଏସଟି ସୁବିଧା ପ୍ରୋଭାଇଡର୍ସର ଅଂଶ ଅଟେ । ଏଥିପାଇଁ କଂପାନୀ ୧ ବର୍ଷ ପାଇଁ ଜିଓ ଜିଏସଟି ସଫ୍ଟୱେର ସଲ୍ୟୁସନ ଦେଉଅଛି । ଏହାସହ ଜିଓଫାଇ ଡିଭାଇସ୍ ମଧ୍ୟ ମିଳିବ । କଂପାନୀର ୱେବସାଇଟ୍ ଅନୁସାରେ ବଛା ବଛା ସହରରେ ଡୋର୍ ଷ୍ଟେପ୍ ସିମ୍ ଆକ୍ଟିଭେସନ ସର୍ଭିସ ରହିଛି ।

ଜିଓ ଜିଏସଟି କିଟ୍ ରିଟେଲର୍ସଙ୍କ ପାଇଁ ଖୁବ୍ ଲାଭଦାୟକ ହେବ । କାହିଁକି ନା ଏହା ସହ ଜିଓ ଜିଏସଟି ସଲ୍ୟୁସନ ମଧ୍ୟ ରହିଛି । ଏହା ଜରିଆରେ ବିକ୍ରେତାମାନଙ୍କ ରେକର୍ଡ , ଜିଏସଟି ଫାଇଲ୍ ରିଟର୍ଣ୍ଣ ଓ ଜିଏସଟିର ନିୟମ ସହ ବ୍ୟବସାୟ କରିବାର ସାହାଯ୍ୟ ମିଳିପାରିବ ।

                                                                    (ସୌଜନ୍ୟ -ଆଜତକ୍ )