କଂଚାମାଲ ଅଭାବରୁ ବନ୍ଦ ହେବାକୁ ବସିଲାଣି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର

30

ଅନୁଗୁଳ : କଂଚାମାଲ ଅଭାବରୁ ବନ୍ଦ ହେବାକୁ ବସିଲାଣି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର । ଅନୁଗୁଳରେ ସ୍ଥାପିତ ଜିନ୍ଦଲ ପାଇଁ ଜମି ହରାଇଥିବା ପରିବାର, ଠିକାଦାର ଓ ଚାକିରି କରୁଥିବା କର୍ମଚାରୀ ଏବେ ଆଶଙ୍କାରେ ଦିନ କାଟୁଛନ୍ତି ।

କଂଚାମାଲ ମିଳୁନଥିବାରୁ ଦିନକୁ ଦିନ କଂପାନୀ ରୁଗ୍ଣ ହେବାରେ ଲାଗିଛି । ସରକାର କରିଥିବା ଏମଓୟୁ ମୁତାବକ କଂପାନୀକୁ କୋଇଲା ଓ ଲୁହାପଥର ମିଳୁନାହିଁ । ଗତ ୬ ମାସ ଧରି କଂପାନୀରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି ।

ଡିଆରଆଇ, କୋଲ ଗ୍ୟସିଫିକେସନ ୟୁନିଟ ବନ୍ଦ ହୋଇଗଲାଣି । କୋଇଲା ଅଭାବରୁ ପାୱାର ପ୍ଲାଂଟ ମଧ୍ୟ ପୂର୍ଣ୍ଣକ୍ଷମ ହୋଇପାରିନି । କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ମିଳୁନାହିଁ । ଠିକାଦାରଙ୍କ ପ୍ରାପ୍ୟ ମିଳିନି । ଯେଉଁମାନଙ୍କୁ ଥଇଥାନ କରାଯାଇଛି, ସେମାନେ ମଧ୍ୟ ହଇରାଣ ହେଉଛନ୍ତି ।

କଂପାନୀ ବନ୍ଦ ହେଲେ ୨୦ହଜାର କର୍ମଚାରୀ ଉଟେଇ ହେବା ଆଶଙ୍କା ରହିଛି । ତୁରନ୍ତ କଂପାନୀକୁ କଂଚାମାଲ ଯୋଗାଇ ଦେବାକୁ ଲୋକପ୍ରତିନିଧିଙ୍କ ଆଗରେ ଦାବି ଜଣାଇଛନ୍ତି କର୍ମଚାରୀ ଓ କ୍ଷତିଗ୍ରସ୍ତ ଗ୍ରାମାବାସୀ ।