ପଡୋଶୀ ସିଏମଙ୍କ ସାର୍ଟିଫିକେଟ୍ ! କହିଲେ, ଓଡିଆ ଜାଣିନାହାଁନ୍ତି ନବୀନ, ବିକାଶ ହେବ କେମିତି

31

କନକ ବ୍ୟୁରୋ:  ଓଡିଆ ଜାଣିନାହାଁନ୍ତି ନବୀନ, ଓଡିଶାର ବିକାଶ ହେବ କେମିତି । ସୁନ୍ଦରଗଡରେ ନବୀନଙ୍କୁ ଘେରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଏଥିସହ ପଡୋଶୀ ମୁଖ୍ୟମନ୍ତ୍ରୀ ଦେଖାଇଛନ୍ତି ଓଡିଶାର ଗରିବୀର ଚିତ୍ର । ପଂଚାୟତ ପାଇଁ ଆଜି ମୟୁରଭଂଜ ଓ ସୁନ୍ଦରଗଡରେ ଭୋଟ୍ ମାଗିଛନ୍ତି ବିଜେପି ଷ୍ଟାର କ୍ୟାମ୍ପେନର ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେପଟେ ବିଜେଡି କହିଛି, ଆତ୍ମବିଶ୍ୱାସ ନଥିବାରୁ ରାଜ୍ୟ ବିଜେପି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ପାଇଁ ଓଡିଶା ଆଣିଛି ।

ତେବେ ପଂଚାୟତ ଦଖଲ ପାଇଁ ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କରିଛି ଷ୍ଟାର କ୍ୟାମ୍ପେନର । ଜିଲ୍ଲାକୁ ଜିଲ୍ଲା ବୁଲି ଦଳ ପାଇଁ ପ୍ରଚାର କରୁଛନ୍ତି ଦଳର ଏହି ହେବିୱେଟ୍ । ପ୍ରଥମେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଆଉ ଏବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଏହାରି ଭିତରେ ବିଜେଡି ସରକାର ଉପରେ ବାରମ୍ବାର ବର୍ଷୁଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ।