ଜୟପୁର ବିଧାୟକଙ୍କ ଫୋକସରେ ଯୁବ ଭୋଟର । ନିର୍ବାଚନ ପୂର୍ବରୁ ନିଯୁକ୍ତି କାର୍ଡ ଖେଳିଲେ ତାରା

କହିଲେ, କୋରାପୁଟ ଯୁବକଯୁବତୀଙ୍କୁ ଦିଆଯାଉ ଜିଲ୍ଲାଭିତିରେ ନିଯୁକ୍ତି

177

କନକ ବ୍ୟୁରୋ: ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନୂଆ କାର୍ଡ, ଜିଲ୍ଳା ଭିତିରେ କୋରାପୁଟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଦାବି । ଜିଲ୍ଲା ଆଧାରରେ ନିଯୁକ୍ତି ନମିଳିଲେ ବନ୍ଦ କରିବାକୁ ଦେଲେ ଚେତାବନୀ । ରବି ନନ୍ଦ କହିଲେ ନାଟକ ବାଜି କରୁଛନ୍ତି ତାରା । ୫ବର୍ଷ ବିଧାୟକ ରହିଲେ କଣ କରୁଥିଲେ । ଭୋଟରଙ୍କୁ ହାତେଇବା ପାଇଁ ନିଯୁକ୍ତି କାର୍ଡ ଖେଳୁଛନ୍ତି ତାରା ।

ତାରାଙ୍କ ଫୋକସରେ ଯୁବ ଭୋଟର । ଆଗାମୀ ନିର୍ବାଚନରେ ଯୁବ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଏହି ନିଯୁକ୍ତି କାର୍ଡ ଖେଳିଛନ୍ତିି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କୋରାପୁଟ ଏକ ପଛୁଆ ଅଂଚଳ ହୋଇଥିବାରୁ ଏହି ଜିଲ୍ଲାରେ ବିଭିନ୍ନ ସରକାରୀ କ୍ଷେତ୍ରରେ ରାଜ୍ୟ ଭିତିରେ ନିଯୁକ୍ତି ନଦେଇ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଉ । ଆଦିବାସୀ ଯୁବପୀଢ଼ିଙ୍କୁ ନକ୍ସଲ ମୁହାଁରୁ ରୋକିବା ପାଇଁ ସରକାର ଏହାକୁ ଘୋଷଣା କରନ୍ତୁ ନଚେତ୍ ଜିଲ୍ଲା ବନ୍ଦ୍ ଡାକରା ଦେବି । ତେବେ ତାରାଙ୍କ ଏହି ଦାବିକୁ ହାଲୁକା ଭାବେ ନେଇଛନ୍ତି ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦି ରବି ନନ୍ଦ । ସେ କହିଛନ୍ତି ନାଟକ ବାଜି କରୁଛନ୍ତି ତାରା, ୫ବର୍ଷ ହେଲାଣି ବିଧାୟକ ହେଲେଣି କଣ କରୁଥିଲେ ।

ଅନ୍ୟପଟେ ତାରାଙ୍କ ଦାବିକୁ ବୁଦ୍ଧିଜୀବି ସ୍ୱାଗତ କରିଛନ୍ତି ।  କହିଛନ୍ତି କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠି ବେକାରୀ ସଂଖ୍ୟା ଅଧିକ । ଏଠିକାର ଯୁବକଯୁବତୀଙ୍କ ପକ୍ଷେ କଟକ , ଭୁବନେଶ୍ୱରର ପିଲାଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ସମ୍ଭବ ନୁହେଁ । ସେହିପରି ଜିଲ୍ଲା ଭିତିରେ ନିଯୁକ୍ତି ପ୍ରସଙ୍ଗକୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ । ତେବେ ଆଗାମୀ ନିର୍ବାଚନରେ ତାରାଙ୍କ ଏହି ନିଯୁକ୍ତି କାର୍ଡ କେତେ ସଫଳ ହେବ ତାହା ସମୟ କହିବ ।