ଆନ୍ଦୋଳନରୁ ଓହରିଲେ ବିସ୍ଥାପିତ ! ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ କଲେ ପ୍ରତ୍ୟାହାର

27

କନକ ବ୍ୟୁରୋ : ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ୭୬୦ ଟି ବିସ୍ଥାପିତ ପରିବାର । ୨୦୦୩ ମସିହାରେ କୋରାପୁଟ ଜିଲ୍ଲା ରାଣିଗଡ଼ ଠାରେ ରାଜ୍ୟସରକାରଙ୍କ ତେଲେନଗିରି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା କୋରାପୁଟ ଓ ଜୟପୁର ବ୍ଲକର ୭୬୦ଟି ପରିବାର ବିସ୍ଥାପିତ ହୋଇଥିଲେ । ରାଜ୍ୟ ସରକାରଙ୍କ ବିସ୍ଥପିତ ନିୟମ ଅନୁସାରେ ୨୦୧୨ମସିହା ସୁଦ୍ଧା ପ୍ରକଳ୍ପ କାମ ସରିବା କଥା ଓ ଚାଷୀଙ୍କୁ ପାଣି ମିଳିବା କଥା ।

କିନ୍ତୁ ୨୦୧୭ ମସିହା ଆସିଲାଣି କାମ ସମ୍ପୁର୍ଣ ହୋଇପାରି ନାହିଁ କି ବିସ୍ଥାପିତଙ୍କୁ ନିୟମ ଅନୁସାରେ ଯାହା ପ୍ରାପ୍ୟ ମିଳିବା କଥା ତାହା ମିଳିଲା ନାହିଁ । ଯାହାକୁ ଅଧାର କରି ବିସ୍ଥାପିତବାସୀ ଅନେକ ଥର ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରାକଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କିଛି ସୁଫଳ ମଳିଲା ନାହିଁ । ଏହାକୁ ନେଇ ବିସ୍ଥାପିତ ବାସି ମିଳିତ ହୋଇ ପ୍ରକଳ୍ପ କାମକୁ ବନ୍ଦ କରିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗାଳିଗୁଲଜ କରିଥିଲେ ।

ଦାବି ପୁରଣ ନ ହେଲା ଯାଏଁ କାମ କରାଇଦେବୁ ନାହିଁ ବୋଲି ଗାଁ ବାସି ଅଡ଼ି ବସିଥିଲେ । ୪ ମାସ ୧୫ ଦିନ ମଧ୍ୟରେ ବିସ୍ଥାପିତଙ୍କ ଦାବି ପୁରଣ କରିବା ନେଇ ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଛନ୍ତି ବିସ୍ଥାପିତ ବାସୀ ।