ନିଲମ୍ବିତ ଆଇପିଏସ ଅଫିସର ଜୟଦୀପ ନାୟକ ଗିରଫ ମାମଲା : ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ରିମାଣ୍ଡ ଆବେଦନ ଶୁଣାଣି ଘୁଂଚିଲା

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନିଲମ୍ବିତ ଆଇପିଏସ ଜୟଦୀପ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଂଚିଲା । କେସଡାଏରୀ ଦାଖଲ ହୋଇନଥିବାରୁ ଆବେଦନର ଶୁଣାଣିକୁ ଆସନ୍ତାକାଲି ଯାଏଁ ଘୁଂଚାଇଛନ୍ତି ଭିଜିଲାନ୍ସର ସ୍ପେଶାଲ କୋର୍ଟ । କମ୍ଫ୍ୟୁଟର ଟ୍ରେନିଂ ଆଳରେ ୮୮ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ ଜୟଦୀପ । ସ୍ପେଶାଲ ଅଡିଟ୍ ବେଳେ ଏହି ଦୁର୍ନୀତି ଧରାପଡ଼ିବା ପରେ ଭିଜିଲାନ୍ସ ସେଲ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଜୟଦୀପଙ୍କ ସମେତ ମୋଟ୍ ୬ ଜଣଙ୍କ ନାଁରେ ହୋଇଥିଲା ଠକେଇ ମାମଲା ।