ମଦ ସପକ୍ଷରେ ବାହାରିଲେ ବିଜେଡି ନେତା ! ବିଜେଡି ସଭାପତି ଜୟରାମ ପାଙ୍ଗୀ କହିଲେ, ମଦ ବନ୍ଦ କଲେ ହାରିବ ନିର୍ବାଚନ

33

କନକ ବ୍ୟୁରୋ : ମଦ ସପକ୍ଷରେ ଓକିଲାତି କଲେ ବିଜେଡି ନେତା । କୋରାପୁଟର ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ମଦ ସପକ୍ଷରେ ଯୁକ୍ତି ବାଢିଛନ୍ତି । କହିଛନ୍ତି, ଲୋକେ ମଦ ପିଇଲେ ଭୋଟ୍ ଦେବେ, ମଦ ନ’ପିଇଲେ ଦୂରେଇ ଯିବେ । ସେ ଆହୁରି ମଧ୍ୟ କହିଛନ୍ତି, ମଦ ଯେଉଁ ସରକାର ବନ୍ଦ କରିବ ସେ, ହାରିବ ।

ପୂର୍ବରୁ ଜୟଲଳିତା, ଏନଟିଆର୍, ବିଜୁ ପଟ୍ଟନାୟକ ମଦ ବନ୍ଦ କରି ହାରିଛନ୍ତି ବୋଲି କହିଛନ୍ତି ଜୟରାମ ପାଙ୍ଗୀ । ସେହିପରି ମଦ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ କଟାକ୍ଷ କରି ଜୟରାମ କହିଛନ୍ତି, ଯେଉଁମାନେ ଦିନରେ ମଦ ବିରୋଧୀ ଆନ୍ଦୋଳନ କରୁଛନ୍ତି, ସେମାନେ ରାତିରେ ଭାଟିରେ ଥିବେ ।

ଆଗକୁ ପଂଚାୟତ ନିର୍ବାଚନ, ଆଉ ଏଭଳି ଏକ ସମୟରେ ବିଜେଡି ନେତାଙ୍କ ଏହି ବୟାନ, ବୋଧେ ଏଇୟା ଇସାରା କରୁଛି ଯେ, ନିର୍ବାଚନ ସମୟରେ ବୋହିବ ମଦର ବନ୍ୟା ।

ଏହାସହ ଦେଖନ୍ତୁ ଏହି ଭିଡିିଓ :