ନିୟନ୍ତ୍ରଣକୁ ଆସୁନି ଜାପାନୀ ଜ୍ୱର : ଆଜି ମାଲକାନଗିରିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଆଉ ଜଣେ ଶିଶୁ

29

କନକ ବ୍ୟୁରୋ : ନିୟନ୍ତ୍ରଣ ବାହାରେ ଜାପାନୀ ଏନସେଫାଲାଇଟିସ । ଆଜି ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁଟି ହେଉଛି କାଲିମେଳା ବ୍ଲକ୍ କତାଗୁଡାର ଲିନା ମାଡକାମି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ଲିନା ।

ଫଳରେ ୬୬ ଦିନରେ ମୃତ୍ୟୁ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି । ୨ ମାସରୁ ଅଧିକ ସମୟ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।