ପିଲାରେ ବି ପାତରଅନ୍ତର ! ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ଅନୁକମ୍ପା ଦେଖାଇ ଅଡୁଆରେ ନବୀନ

28

କନକ ବ୍ୟୁରୋ : ମାଲକାନଗିରିକୁ ଦେଲେ କୋରାପୁଟକୁ ଭୁଲିଗଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ କୋରାପୁଟ ଜିଲ୍ଲା ପାଲଟିଗଲା କି ସାବତ ପୁଅ? ମାଲକାନଗିରି ଗସ୍ତରେ ଯାଇ ଜାପାନୀ ଜ୍ୱରରେ ମୃତ୍ୟୁ ବରଣ କରିଥିବା ଶିଶୁଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ସହ ବିଜୁ ପକ୍କାଘର ଯୋଜନାରେ ସମସ୍ତ ସୁବିଧା ଯୋଗଇଦେବା ପାଇଁ ଘୋଷଣା କରିଛନ୍ତି ।

ହେଲେ ମାଲକାନଗିରି ଜିଲ୍ଲାର ପଡ଼ୋଶୀ ଜିଲ୍ଲା କୋରାପୁଟରେ ଜାପାନୀ ଜ୍ୱରରେ ଅନେକ ଶିଶୁ ପ୍ରାଣ ହରାଇଥିଲେ ବି ମୁଖ୍ୟମନ୍ତ୍ରୀ ଏହି ଶିଶୁଙ୍କ ପରିବାର ଲୋକଙ୍କୁ କୌଣସି ସହାୟତା ନେଇ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାପାନୀ ଜ୍ୱରରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ଲୋକ । ତାଙ୍କ ପାଇଁ ଗୋଟିଏ ନିୟମ ଆମ ପାଇଁ ଗୋଟିଏ ନିୟମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

କୋରାପୁଟ ଜିଲ୍ଳାର ବୈପାରୀଗୁଡ଼ାରେ ୩ ଜଣ, କୋଟପାଡ଼ରେ ୫ ଜଣ, କୁନ୍ଦ୍ରାରେ  ୨ ଜଣ ଏବଂ ଜୟପୁରରେ ୩ ଜଣ ଶିଶୁ ଜାପାନୀ ଜ୍ୱରରେ ମୃତ ବରଣ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଜୟପୁର ବିଧାୟକ ସମାଲୋଚନା କରିଥିବା ବେଳେ ଏହାର ଜବାବ୍ ରହିଛନ୍ତି ବିଜେପି ମୁଖପାତ୍ର ରବି ନାରାୟଣ ନନ୍ଦ ।