କାଶ୍ମୀରର ଅନନ୍ତନାଗଠାରେ ସେନା – ଆତଙ୍କବାଦୀଙ୍କ ଗୁଲିବିନିମୟ ! ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରୁଛି ସେନା ! ଜାମୁକୁ ରେଳ ଚଳାଚଳ ବନ୍ଦ କଲା ରେଳ ବିଭାଗ !

29

କନକ ବ୍ୟୁରୋ : ଦେଶର ଆତଙ୍କବାଦୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେନା ଯେତେ ସଜାଗ ହେଲେ ମଧ୍ୟ ଆତଙ୍କତବାଦକୁ ରୋକିବାରେ ସଫଳ ହୋଇପାରିନାହିଁ । ପତ୍ୟେକ ସମୟରେ ସୀମାରେ ଗୁଳିବର୍ଷା ହେବା କାରଣରୁ ଅନେକ ଯବାନଙ୍କ ଜୀବନ ମଧ୍ୟ ଗଲାଣି କେବଳ ଯବାନ ନୁହେଁ ବରଂ ସୀମା ନିକଟରେ ରହୁଥିବା ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ତେବେ ବୁଧବାର ପ୍ରତ୍ୟୁଷରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଲାଲ୍ ଚୌକ୍ ଠାରେ ଏନ୍କାଉଣ୍ଟର୍ ବା ଗୁଳି ବିନିମୟ ଆରମ୍ଭ ହୋଇଛି। ଲାଲ୍ ଚୌକ୍ର ମେହମ୍ମାନ ମହଲାରେ ଏସ୍ଓଜି ଏବଂ ସିଆର୍ପିଏଫ୍ର ଏକ ମିଳିତ ଦଳ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରିବା ପରେ ଗୁଳି ବିନିମୟ ଚାଲିଲା ବୋଲି ଖବର ମଳିଛି। ଗୁଳି ବିନିମୟ ସରିଲା ପରେ ମଧ୍ୟ ରାତ୍ରୀରୁ ସେଠାରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଆରମ୍ଭ କରାଯାଇଛି।

 

ସ୍ଥାନୀୟ ଅଞ୍ଚଳ ବାସିନ୍ଦା କହିବା ଅନୁସାରେ ଭୋର୍ ଚାରିଟା ବେଳେ ଗୁଳି ବର୍ଷଣ ଓ ବିସ୍ଫୋରଣ ଭଳି ଶବ୍ଦ ସୁଭିବାରୁ ଦକ୍ଷିଣ ଜିଲ୍ଲାର ଅନ୍ତର୍ଗତ ସମ୍ପୂର୍ଣ୍ଣ ଲାଲ୍ ଚୌକ୍ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କେତେକ ଆତଙ୍କବାଦୀ ଉପସ୍ଥିତ ଅଛିନ୍ତି ବୋଲି ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବଳର ମିଳିତ ଦଳ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରିଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେ ସଂକୀର୍ଣ୍ଣ ଅଞ୍ଚଳରେ ତଲାସୀ ଜୋରଦାର ହେବାରୁ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରୁକୁ ଗୁଳି ଚାଳଇଥିଲେ। ନିରାପତ୍ତା ସେନାର ପାଲଟା ଗୁଳି ଚଳାଇବାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଲସ୍କର୍-ଏ-ତୈବାର ଦୁଇ କିମ୍ବା ତିନି ଜଣ ଆତଙ୍କବାଦୀ ସେ ଅଞ୍ଚଳର ଗୋଟାଏ ବାସଭବନରେ ଲୁଚି ରହିଥିବା ଅନୁମାନ କରାଯାଉଛି। ଗୁଳିବିନିମୟ ଆରମ୍ଭ ହୋଇ ଯାଇଥିବାରୁ କର୍ତ୍ତୃପକ୍ଷମାନେ ଅନ୍ତନାଗ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ଛିନ୍ନ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶ୍ରୀନଗର ରୁ ବାନିହାଲ୍ ମଧ୍ୟରେ ରେଳ ଚଳାଚଳ ବାତିଲ କରାଯାଇଛି ବୋଲି ରେଳବାଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

 

ବାରମ୍ବାର ଏପରି ଆତଙ୍କବାଦୀ ଆକ୍ରମଣ ହେଉଥିବାକରୁ ସେଠାକାର ସ୍ଥାନୀୟ, ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ପ୍ରତ୍ୟେକ ସମୟରେ ଏପରି ପରିସ୍ଥିତି ଉପୁଜୁଛି । ବିଶେଷ କରି ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ପିଲାମାନେ ବିଦ୍ୟାଳୟରେ ପାଠପଢିବା ପାଇଁ ଅଭିଭାବକ ମାନେ ଛାଡୁନାହାନ୍ତି । ତେଣୁ ଏପରି ସମସ୍ୟାରୁ ସ୍ଥାନୀୟ ଲୋକଙ୍କୁ ବଞ୍ଚାଇବାକୁ ସେମାନେ ସେନାକୁ ଅନୁରୋଧ କରିଛନ୍ତି । ଏପଟେ ସମସ୍ତ ଲୋକମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । କିପରି ଭାବରେ ଆତଙ୍କବାଦକୁ ମୂଳପୋଛ କରାଯିବ ତାହା ଉପରେ ଧ୍ୟାନ ଦିଆଯାଉଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।