ତାମିଲନାଡୁ: ପୋଙ୍ଗଳ ଉତ୍ସବରେ ଜାଲ୍ଲିକାଟ୍ଟୁ ଆୟୋଜନ ଉପରେ ଏବର୍ଷ ମଧ୍ୟ ଲାଗୁ ରହିବ ପ୍ରତିବନ୍ଧକ

40

କନକ ବ୍ୟୁରୋ : ତାମିଲନାଡୁରେ ଏବର୍ଷ ମଧ୍ୟ ପୋଙ୍ଗଳ ଉତ୍ସବରେ ଜାଲ୍ଲିକାଟ୍ଟୁ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗୁ ରହିବ । ସୁପ୍ରିମକୋର୍ଟ ଶନିବାର ଆଗରୁ ଜାଲିକାଟ୍ଟୁ ଆବେଦନର ରାୟ ଶୁଣାଣିକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ରାୟର ଡ୍ରାଫ୍ଟ ପ୍ରସ୍ତୁତ ହୋଇ ରହିଛି, ହେଲେ ଶନିବାର ଆଗରୁ ରାୟ ଶୁଣାଇବା ସମ୍ଭବ ନୁହେଁ ।

ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ତାମିଲନାଡୁ ସରକାର ରାଜ୍ୟର ସମସ୍ତେ ଏହି ଖେଳ ଚାହୁଁଥିବା କହିଛନ୍ତି । ଜାଲ୍ଲିକାଟ୍ଟୁ ଉପରେ ରୋକ ଲଗାଇଥିବା ସତ୍ୱେ ସୁପ୍ରିମକୋର୍ଟଙ୍କ ବାରଣକୁ ଅଣଦେଖା କରି ତାମିଲନାଡୁର କୁଡ୍ଡାଲୋର ଠାରେ ଜାଲ୍ଲିକାଟ୍ଟୁ ଖେଳ ଆୟୋଜିତ ହୋଇଛି । ତେବେ ଜାଲିକାଟ୍ଟୁ ସମର୍ଥନରେ କୋଏମ୍ବାଟୁରରେ ୧୦ ହଜାରରୁ ଅଧିକ ଲୋକ ଏକଜୁଟ ହୋଇ ବିରୋଧ କରିଛନ୍ତି ।