ଯାଜପୁର ବିଂଝାରପୁରରେ ଡବଲ ମର୍ଡର ! ଦୋକାନ ବନ୍ଦ କରି ଫେରୁଥିବାବେଳେ ସୁନା ଦୋକାନୀ ମାଲିକ ଓ କର୍ମଚାରୀଙ୍କ ଗଳାକାଟି ହତ୍ୟା

46

କନକ ବ୍ୟୁରୋ : ଯାଜପୁର ବିଂଝାରପୁରରେ ଡବଲ ମର୍ଡର । ସୁନା ଦୋକାନ ବନ୍ଦ କରି ଘରକୁ ପେଂରୁଥିବା ବେଳେ ସୁନା ଦୋକାନୀ ଓ କର୍ମଚାରୀଙ୍କ ଗଳାକାଟି ହତ୍ୟା କରିବା ପରେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ରାତିରେ ବିଂଝାରପୁର-କପିଳା ରାସ୍ତାରେ ଘଟିଛି ଏହି ଅଘଟଣ । ପ୍ରିତିପୁର ବଜାରରେ ଥିବା ତାରିଣୀ ଜୁଏଲାର୍ସର ମାଲିକ ଖଗେଶ୍ୱର ରଣା ଏବଂ କର୍ମଚାରୀ ଚୈତନ୍ୟ ସାହୁ ଦୋକାନ ବନ୍ଦ କରି ଘରକୁ ପେଂରୁଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାଡିଛି । ଗତାକଲି ଖଗେଶ୍ୱର ଘରେ ନ ପହଂଚିବାରୁ ସଂପର୍କିୟ ମାନେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।