ଭାରତ ଦର୍ଶନ ନକ୍ସାରେ ପୁରୀକୁ ଅପମାନ ପରେ ତେଜିଲା ବିରୋଧ ! ପୁରୀ ଷ୍ଟେସନରେ ଜଗନ୍ନାଥ ସେନାର ବିକ୍ଷୋଭ

48

କନକ ବ୍ୟୁରୋ : ପୁରୀରେ ଜଗନ୍ନାଥ ସେନାର ବିକ୍ଷୋଭ । ଭାରତ ଦର୍ଶନ ନକ୍ସାରେ ପୁରୀକୁ ଅପମାନ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜଗନ୍ନାଥ ସେନା । ପୁରୀ ରେଳଷ୍ଟେସନରେ ଆଇଆରସିଟିସି ବିରୋଧରେ ବିକ୍ଷୋଭ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି । ଭାରତୀୟ ରେଳ ପର୍ଯ୍ୟଟନ ନିଗମ ବା ଆଇଆରସିଟିସି ପକ୍ଷରୁ ପ୍ରକାଶିତ ଭାରତ ଦର୍ଶନ ପତ୍ରିକାରେ ପ୍ରସ୍ତାବିତ ଇସ୍କନ୍ ମନ୍ଦିରକୁ ଜଗନ୍ନାଥ ମନ୍ଦିର ବୋଲି ଚିହ୍ନଟ କରାଯାଇଥିଲା । ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ମଙ୍ଗଳବାର ଦିନ ତମାମ ସୋସିଆଲ ମିଡିଆରେ ଏ ନେଇ ବିରୋଧର ସ୍ୱର ଦେଖିବାକୁ ମିଳିଥିଲା ।