ଯାଂଚ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ! ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ଉପରେ ଦୁର୍ବଳ ବିମର କରାଯିବ ମରାମତି

26

କନକ ବ୍ୟୁରୋ: ଶରଧାବାଲିରେ ତିନି ରଥ । ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ କାଳିଆର ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ଆଜି ଆଡବ ମଣ୍ଡପକୁ ତିନି ଠାକୁର ବିଜେ କରିବେ । ତେଣୁ ଆଜି ମଧ୍ୟ ଭକ୍ତ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ଏବେ ବି ଶ୍ରୀକ୍ଷେତ୍ରକୁ ଲମ୍ବିଛି ଭକ୍ତଙ୍କ ଧାଡି ।

ସେପଟେ ଆଜି ଯାଂଚ ହେବ ଶ୍ରୀମନ୍ଦିର । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଗର୍ଭଗୃହ ସହ ଜଗମୋହନର ଯାଂଚ କରିବେ ବିଶେଷଜ୍ଞ ଟିମ୍ । ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ଉପରେ ଦୁର୍ବଳ ବିମର ମରାମତି କରାଯିବ । ପ୍ରତିବର୍ଷ ଗର୍ଭଗୃହ ଯାଂଚ କରାଯାଇଥାଏ । ୧୯୯୩ ମସିହାରେ ପଥର ଖସିବା ପରଠାରୁ ଏଭଳି ଯାଂଚ ପ୍ରକ୍ରିୟା ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –