ଯୁଦ୍ଧକାଳୀନ ଭିତିରେ ଶ୍ରୀମନ୍ଦିର ଜଗମୋହନ ମରାମତି : ଆଜିଠୁ ଷ୍ଟିଲ ଫ୍ରେମ୍ କାମ

24

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଯୁଦ୍ଧକାଳୀନ ଭିତିରେ ଆରମ୍ଭ ହେବ ପୁରୀ ଜଗମୋହନ ମରାମତି । ଶ୍ରୀମନ୍ଦିର ବୈଷୟିକ କୋର କମିଟିର ତଦାରଖରେ ମରାମତି ପାଇଁ ଛାଂଚ କାମ ଆରମ୍ଭ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହେବ ଷ୍ଟିଲ ଫ୍ରେମ୍ କାମ । ଗତକାଲି ଆରମ୍ଭ ହୋଇଥିବା ଛାଂଚ କାମ ଆସନ୍ତା ୧୧ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ଜୁନ୍ ୧୫ ତାରିଖ ସୁଦ୍ଧା ଲୁହା ଭାରା କଢ଼ାଯିବାକୁ ଥିବାବେଳେ କେବଳ ଉତର-ପଶ୍ଚିମ ପଟେ ଏକ ଭାରା ରହିବ । ଯାହା ଫଳରେ ଅଣସର ପିଣ୍ଡିରେ କୌଣସି ଅସୁବିଧା ହେବନାହିଁ ବୋଲି ଦଇତାପତି ସେବାୟତଙ୍କ ସହମତିରେ ଏହି ନିଷ୍ପତି ନେଇଛି କୋର କମିଟି । ରଥଯାତ୍ରା ସମୟରେ ଯୁଦ୍ଧକାଳୀନ ଭିତିରେ ପିଲାର ଷ୍ଟୋନ, ପକେଟର ଗୁରୁତ୍ୱପୂର୍ଣ୍ଣ ମରାମତି କରାଯିବ ବୋଲି କମିଟିର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।