ଜନ୍ମଦିନ ପାଳିଲେ ଜଗା-ବଳିଆ । ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ହସ୍ପିଟାଲରେ ପାଳିତ ହୋଇଛି ଦୁଇଭାଇଙ୍କ ଜନ୍ମଦିନ

29

କନକ ବ୍ୟୁରୋ: ଜନ୍ମଦିନ ପାଳିଲେ ଜଗା-ବଳିଆ । ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ଦୁଇ ଭାଇ ଜଗା-ବଳିଆଙ୍କ ଜନ୍ମଦିନ । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଉଭୟଙ୍କ ଜନ୍ମଦିନ ପାଳନ ହୋଇଛି । ଆଜି ଏହି ଦୁଇ ଶିଶୁଙ୍କ ତୃତୀୟ ଜନ୍ମଦିନ । ଏମ୍ସରେ ଦୁଇ ଶିଶୁଙ୍କ ଜନ୍ମଦିନ ନିରାଡମ୍ବର ଭାବେ ପାଳନ ହୋଇଛି ।

ଜଗା-ବଳିଆ ଏବେ ଦିଲ୍ଲୀ ଏମ୍ସର ଘରୋଇ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି । ଜଗା ସମ୍ପୂର୍ଣ ସୁସ୍ଥ ଥିବା ବେଳେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ପରିଲକ୍ଷିତ ହେଉଅଛି । ଗତ ଅକ୍ଟୋବର ମାସରେ ଏମ୍ସର ୪୦ ଜଣିଆ ଡାକ୍ତରୀଦଳଙ୍କ ଉପସ୍ଥିତିରେ ଜଗା ବଳିଆଙ୍କ ଯୋଡାମୁଣ୍ଡକୁ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା । ଜଗା ବଳିଆଙ୍କ ଏହି ବିରଳ ଅସ୍ତ୍ରୋପଚାର ଭାରତୀୟ ଚିକିତ୍ସା ବିଜ୍ଞାନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।