ମାଇନସ୍ ତାପମାତ୍ରାରେ ଯବାନଙ୍କ ଜୋସ୍ ! ପାହାଡ଼ ଉପରେ କରୁଛନ୍ତି ଯୋଗ ।

187

କନକ ବ୍ୟୁରୋ : ପାହାଡ଼ ଉପରେ ଯୋଗ କରୁଛନ୍ତି ଯବାନ । ଜାମ୍ମୁକାଶ୍ମୀର ବଲଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅମରନାଥ ଯାତ୍ରାରେ ନିୟୋଜିତ ଥିବା ଆଇଟିବିପି ଯବାନମାନେ ପାହାଡ଼ ଉପରେ ଯାଗଭ୍ୟାସ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଯୋଗ ଜୀବନକୁ ସୁସ୍ଥ ଓ ସବଳ ରଖିବା ପାଇଁ ବାଟ ଦେଖାଇଥାଏ । ଖାସ୍ ଏଥିପାଇଁ ଏବେ ପ୍ରତିଟି ମଣିଷ ଯୋଗକୁ ଆପଣାଇ ନେଇଛନ୍ତି । ମାଇନସ୍ ତାପମାତ୍ରାକୁ ବି ଖାତିର ନକରି ଯୋଗ କରିଛନ୍ତି ଭାରତୀୟ ଯବାନ ।

ପାହାଡ଼ ଉପରେ ଆସନ ବିଛାଇ ପାଖାପାଖି ୨୦ରୁ ଅଧିକ ଯବାନ ମିଶି ଯୋଗ କରୁଛନ୍ତି । ନିଜ କର୍ମମୟ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ସମୟ ବାହାର କରି ଯୋଗ କରୁଛନ୍ତି ଭାରତୀୟ ଆଇଟିବିପି ଯବାନ । ଏହି ରାସ୍ତାରେ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ଯାଉଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଟିବିପି ଯବାନ ଏହି କାର୍ଯ୍ୟରେ ନିୟୋଜିତ ଥିବା ସହ ସମୟ କାଢ଼ି ଯୋଗାଭ୍ୟାସ କରୁଛନ୍ତି । ଏପରିକି ଯବାନମାନେ ଯୋଗ କରୁଥିବା ସ୍ଥାନରେ ସେନା କ୍ୟାମ୍ପ ଗୁଡ଼ିକୁ ମଧ୍ୟ ଦେଖିବାକୁ ମିଳିଛି ।