ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ ନେଇ ଆସିଲା ନୂଆ ତଥ୍ୟ : କାଟ୍ରୋସେଟ ସାଟେଲାଇଟ ଇମେଜ ଯୋଗାଇ ଦେଇଥିଲା ଇସ୍ରୋ

30

କନକ ବ୍ୟୁରୋ : ପିଓକେରେ ସର୍ଜିକାଲ ଅପରେସନରେ ପ୍ରଥମ ଥର ପାଇଁ କାଟ୍ରୋସେଟ ସାଟେଲାଇଟରେ ନିଆଯାଇଥିବା ଇମେଜର ବ୍ୟବହାର କରିଛି ଭାରତୀୟ ସେନା । ବୁଧବାର ବିଳମ୍ବିତ ରାତିରେ ହୋଇଥିବା ସର୍ଜିକାଲ ଅପରେସନ ପାଇଁ କାଟ୍ରୋସେଟ ସାଟେଲାଇଟ ଇମେଜ ଯୋଗାଇ ଦେଇଥିଲା ଇସ୍ରୋ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରୋର ଜଣେ ଅଧିକାରୀଙ୍କ କହିବା କଥା ହେଲା ବିଶେଷ ଭାବରେ ଆର୍ମିକୁ ଏପରି କାଟ୍ରୋସେଟ ସାଟେଲାଇଟ ଇମେଜ ଯୋଗାଇ ଦେଇଥାଏ ଇସ୍ରୋ । ଏହି ଇମେଜ ଗୁଡିକ ମୁଖ୍ୟତଃ ଆର୍ମି ଅପରେସନରେ ସହାୟତା କରିଥାଏ ଏବଂ ଆର୍ମି ମଧ୍ୟ ଏହି ଇମେଜ ଗୁଡିକର ବ୍ୟବହାର କରେ ।

କାଟ୍ରୋସେଟ ଇମେଜ ବ୍ୟବହାର କରିବା ନେଇ ଇସ୍ରୋ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟ କୌଣସି ଖୁଲାସା କରିନଥିଲେ । ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ଆକାଶ ମାର୍ଗରେ ନଜର ରଖିବା ପାଇଁ ସେନା ଏହି କାଟ୍ରୋସେଟ ଇମେଜର ବ୍ୟବହାର କରିଥାଏ ।