ଆରମ୍ଭ ହେଲା ଇସ୍କନ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ : ବିଏମସି କର୍ମଚାରୀଙ୍କ ଉପସ୍ଥିତିରେ ଭାଙ୍ଗୁଛି ୩ଟି ଜେସିବି, ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ

65

କନକ ବ୍ୟୁରୋ : ଇସ୍କନ ମନ୍ଦିରର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ମନ୍ଦିର  ନିକଟରେ ସାମାନ୍ୟ ବର୍ଷାହେଲେ ଆଣ୍ଠୁଏ ପାଣି ଜମି ରହୁଥିଲା । ତେବେ ବହୁ ବିବାଦ ଓ ଅଭିଯୋଗ ପରେ ଆଜି ଆରମ୍ଭ ହୋଇଛି ଇସ୍କନ ମନ୍ଦିରର ଜବର ଦଖଲ । ବିଏମସିର ନୋଟିସ ପରେ ଆଜି ସକାଳୁ ହିଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ତେବେ ଏହି ମନ୍ଦିରର ଯେଉଁ ସ୍ଥାନ ଭଙ୍ଗା ହେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ସେଠାରେ ଧାର୍ମିକ ଭାବାବେଗ ଜଡିତ ଥିବାରୁ ଉତେଜନା ପ୍ରକାଶ ପାଇବ ବୋଲି ପ୍ରଶାସନ ଜାଣିଥିଲା । ତେଣୁ ପୂର୍ବରୁ ଉଚ୍ଛେଦ ସମୟରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

 

ଜବରଦଖଲ ଉଚ୍ଛେଦ କରିବା ପାଇଁ ୨ ଟି ଜେସିବିକୁ ନିୟୋଜନ କରାଯାଇଛି । ପୂର୍ବରୁ ବେଆଇନ ଭାବରେ ସରକାରୀ ଜାଗାରେ ମନ୍ଦିର ନିର୍ମାଣ ହୋଇଥିବା ନେଇ ମନ୍ଦିକ ଇସ୍କନ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଥିଲା । ତେବେ ସରକାରୀ ସ୍ଥାନରେ ମନ୍ଦିର ସମାଧି ନିର୍ମାଣ ହୋଇଥଖିବାରୁ ସାମାନ୍ୟ ବର୍ଷା ହେଲେ ପ୍ରବଳ ପାଣି ଜମିରହୁଥିଲା । ତେଣୁ ଲୋକମାନେ ନାହି ନଥିବା ଅସୁବିଧା ସମୁଖୀନ ହୋଇଥିଲେ । ଏପରିକି ସେହି ରାସ୍ତାରେ ବର୍ଷା ସମୟରେ ଅନେକ କାର ଓ ବସ ଅଟକି ରହିବା ଦେଖାଯାଇଥିଲା । ଯାହାକୁ ନେଇ ବିଏମସି ଚିନ୍ତାରେ ଥିଲା । ତେବେ କାହିଁକି ରାସ୍ତାରେ ପାଣି ଜମିରହୁଛି ତାହାର ଅନୁଧ୍ୟାନ କଲାପରେ ଜଣାପଡିଥିଲା ଯେ, ମନ୍ଦିର ସରକାରୀ  ଜାଗାରେ ନିର୍ମାଣ ହୋଇଥିବାରୁ ସେଠାରେ ବର୍ଷାପାଣି ଯାଉପାରୁନାହିଁ । ତେଣୁ ଏପରି ସମସ୍ୟା ଦେଖାଯାଉଛି ପରେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମନ୍ଦିରକୁ ନୋଟିସ ଦିଆଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳୁ ମନ୍ଦିରର ସମାଧିଥିବା ସ୍ଥାନକୁ ଭଙ୍ଗାଯାଇଛି । ଏହି ସମୟରେ ସେଠାରେ ମନ୍ଦିରର ସେବାୟତ ଓ ଭକ୍ତଙ୍କ ସହ ଉଚ୍ଛେଦ କରୁଥିବା କର୍ମଚାରୀଙ୍କ ସହ ସାମାନ୍ୟ ବଚସା ହୋଇଥିଲା ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି । ମନ୍ଦିରର ଜବରଦଖଲ ସ୍ଥାନ ଉଚ୍ଛେଦ ହେବାପରେ ବର୍ଷା ପାଣି ଜମିରହୁଛି କି ନାହିଁ ତାହା ଜଣାପଡିବ ।