ସୁରତର ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ସନ୍ଦେହ : ଗୁଜୁରାଟ ଗୃହମନ୍ତ୍ରୀ ପିଏସ ଜାଡେଜା ଦେଲେ ସୂଚନା

40

କନକ ବ୍ୟୁରୋ : ଗୁଜରାଟ ସୁରତରେ ଦୁଷ୍କର୍ମର ଶିକାର ହୋଇଥିବା ୧୧ ବର୍ଷୀୟା ନାବାଳିକା ଓଡିଶାର ହୋଇଥାଇପାରନ୍ତି । ଏ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଗୁଜରାଟର ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା । ଏ ନେଇ ଓଡିଶା ଡିଜିପିଙ୍କୁ ଗୁଜରାଟ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଛି । ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ତଦନ୍ତ ଠିକ ବାଟରେ ଚାଲିଛି ବୋଲି ଗୁଜରାଟର ଗୃହମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁରତରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ସହ ଅତି ଅମାନବୀୟ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏପ୍ରିଲ ୬ ତାରିଖରେ ସୁରତର ପୋଣ୍ଡେସରା ସ୍ଥିତ ଏକ ଆପାର୍ଟମେଂଟ୍ ପଛରେ ଥିବା ଏକ ଖେଳପଡ଼ିଆରୁ ନାବାଳିକାର କ୍ଷତବିକ୍ଷତ ମୃତଦେହକୁ ପୁଲିସ୍ ଉଦ୍ଧାର କରିଥିଲା । ନାବାଳିକାର ଗୁପ୍ତାଙ୍ଗ ସମେତ ଅନ୍ୟାନ୍ୟ ୮୬ଟି ସ୍ଥାନରେ ଗଭୀର କ୍ଷତ ଥିବା ପୁଲିସ କହିଛି । ତେବେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳିକାର ପରିଚୟ ପାଇ ନଥିବା ଜଣାପଡ଼ିଛି । ନାବାଳିକାର ପରିବାରର ଚିହ୍ନଟ ପାଇଁ ପୁଲିସ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି । ବର୍ତ୍ତମାନ ଏହି ମାମଲାର ଛାନଭିନ୍ ଜାରିରହିଥିବା ବେଳେ ପୁଲିସ ଅଭିଯୁକ୍ତକୁ ଠାବ କରିପାରିନାହିଁ ।