ଇରିସ ମିଟିନାଏରେ ପିନ୍ଧିଲେ ମିସ୍ ୟୁନିଭର୍ସ-୨୦୧୭ର ମୁକୁଟ

40

କନକ ବ୍ୟୁରୋ : ଫ୍ରାନ୍ସର ୨୩ ବର୍ଷ ବୟସ୍କା ଇରିସ ମିଟିନାଏରେ ହେଲ ମିସ୍ ୟୁନିଭର୍ସ-୨୦୧୭ । ଫିଲିପାଇନ୍ସରେ ୬୮ ଦେଶର iê¦eúଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏଥିରେ ସମସ୍ତଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ମୁକୁଟ ହାତେଇଛନ୍ତି ଫ୍ରାନ୍ସ ସୁନ୍ଦରୀ ଇରିସ ମିଟିନାଏରେ । ହୈତିର ରାକେଲ ପେଲିସର ପ୍ରଥମ ରନର୍ସ ଅପ ଓ ମିସ କଲୋମ୍ବିଆ ଆନ୍ଦ୍ରେଆ ତୋଭାରଙ୍କୁ ଦ୍ୱିତୀୟ ରନର୍ସ ଅପ ଘୋଷଣା କରାଯାଇଛି ।

ଭାରତର ପ୍ରତିନିଧିତ୍ୱ କରୁଥିବା ରେଶମିତା ହରିମୂର୍ତି ନିରାଶ କରିଛନ୍ତି । ଏହି ଗ୍ରାଣ୍ଡ ଫିନାଲେର ଭାରତର ଅନ୍ୟତମ ବିଚାରପତି ଥିଲେ ପୂର୍ବତନ ମିସ ୟୁନିର୍ଭସ ସୁସ୍ମିତା ସେନ । ୬୫ତମ ମିସ ୟୁନିର୍ଭସ ପ୍ରତିଯୋଗିତାରେ ପ୍ରଥମରୁ ଇରିସ  ମିଟିନାଏରେଙ୍କୁ ଦାବିଦାର ପ୍ରତିଯୋଗୀ ଭାବେ ଗଣାଯାଉଥିଲା ।