ଆଇପିଏଲ ଟକ୍କର ! ୧୫ ରନରେ ଦିଲ୍ଲୀକୁ ହରାଇଲା ହାଇଦ୍ରାବାଦ, ଆଜି ମୁମ୍ବାଇ-ପଂଜାବ ଲଢେଇ

30

କନକ ବ୍ୟୁରୋ : ଆଇପିଏଲର ଏକ ମୁକାବିଲାରେ ଘରୋଇ ପଡିଆରେ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଛି ହାଇଦ୍ରାବାଦ୍ । ସନରାଇଜର୍ସ ଉଇଲିଅମସନ୍ ଓ ଶିଖର ଧବନଙ୍କ ଅର୍ଦ୍ଧ ଶତକ ବଳରେ ୧୯୧ ରନ କରିଥିଲା । ୧୯୨ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଡେୟାର ଡେଭିଲ୍ସ ପୁରଣ କରିପାରିଲା ନାହିଁ । ଦଳ ମାତ୍ର ୧୭୬ ରନ କରି ପାରିଥିଲା ।
ଆଜି ଇନ୍ଦୋର ଠାରେ କିଙ୍ଗସ୍ ଇଲେଭେନ ପଂଜାବ ଓ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ମ୍ୟାଚ ହେବ । ଭାରତୀୟ ସମୟ ରାତି ୮ଟାର ମ୍ୟାଚ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି । ପଂଜାବ ଏହି ମ୍ୟାଚ ଜିତି ପଏଂଟ ତାଲିକାରେ ନିଜ ନାଁ ଉପରକୁ ଉଠାଇବାକୁ ଚେଷ୍ଟା କରିବ ।