ଝିଅର ଜୀବନ: ସତରେ କଣ ଅନନ୍ୟା!

61

ବିଳମ୍ବିତ ରାତିରେ ବାହାରେ କାମ କରିବା ମନା । କଲେଜ ସରୁ ସରୁ ବାହା ହେବା ପାଇଁ ବାପା ମାଆଙ୍କ ଚାପ । କର୍ମ ଅପେକ୍ଷା ପୋଷାକରୁ ଚରିତ୍ର ଚିହ୍ନଟ କରିବା । ବଳାତ୍କାର, ଅସଦାଚରଣର ଭୟ । ସମାଜର ବଡପଣ୍ଡାଙ୍କ ଲକ୍ଷ୍ମଣରେଖାକୁ ଅତିକ୍ରମ ନକରିବାକୁ ନାଲିଆଖି । ଏମିତି ଅନେକ ଡର ଗୋଟିଏ ଝିଅ ତା ଜୀବନରେ ପ୍ରତି ମୁହୁ ର୍ରେ ସାମ୍ନା କରିଥାଏ । ବାହାଘର ଆଗରୁ ଆଉ ପରେ କଟକଣା, ଦୁହିତା ହେଉ ହେଉ ସାୟାହ୍ନରେ ପହଂଚୁଥିବା ଝିଅ ଆଜିର ଦିନରେ ଅଭିମାନୀ ନୁହେଁ ସ୍ୱାଭିମାନୀ ହେବା ଦରକାର । କିଛି ତଥ୍ୟ ଉପରେ ନଜର ପକାନ୍ତୁ, ଆଉ ଅନୁଭବ କରନ୍ତୁ ୧୦୬ ବର୍ଷ ପରେ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସର ଆବଶ୍ୟକତା ରହିଛି ।

ପାଠୁଆ ଝିଅ

ସମୟ ଥିଲା, ଯେତେବେଳେ ଝିଅଟିଏ ପାଠ ପଢିବାକୁ ଚାହିିଁଲେ ତା’ପାଇଁ ଅନେକ କଟକଣା ରହୁଥିଲା, ଏହାରି ଭିତରେ ଆମେ ବହୁତ ଆଗକୁ ଆସିଯାଇଛେ । ହେଲେ ଇ ରନ୍ୟାସନାଲ ମନିଟାରୀ ଫଣ୍ଡ୍ର ତଥ୍ୟ କହୁଛି, ଉଚ୍ଚଶିକ୍ଷାରେ ମହିଳାଙ୍କ ଭାଗିଦାରୀ ବଢିଛି ମାତ୍ର ଶ୍ରମଶକ୍ତି କମିଛି । ୧୯୯୯ରେ ଏହା ୩୪% ଥିବା ବେଳେ ୨୦୧୪ରେ ଖସି ଆସିଛି ୨୭%କୁ ।

ଝିଅ ମୁଣ୍ଡର ଦାମ୍

ଭଲ ପାଇବା ସାମ୍ନାରେ ଯଦିଓ ଯୈାତୁକ ଆଜି ଆଉ ବଡ କଥା ହୋଇନାହିଁ, ତେବେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ କହୁଛି, ୨୦୧୫ରେ ୭, ୬୪୬ ମହିଳା ଯୈାତୁକ ଯାତନାର ଶିକାର ହୋଇ ଜୀବନ ହାରିଛନ୍ତି । ଆଜିର ଦିନରେ ଏମିତି ଅନେକ ଲୋକ ମିଳିବେ ଯିଏ ଝିଅ ମୁଣ୍ଡର ଦାମ ନିର୍ଦ୍ଧାରଣ କରିବାକୁ ପଛଘୁଂଚା ଦେବେ । ୧୯୬୧ ପରଠାରୁ ଦେଶରେ ଯୈାତୁକ ଦାବି କରିବା ବେଆଇନ । ହେଲେ ତଥ୍ୟ ଦେଖିଲେ ଲାଗୁଛି, ବହୁତ ଆଗକୁ ଯିବାର ବାକିଅଛି ।

କାମ ଅଧିକ, ଦରମା କମ୍

ସମାନ କାମକୁ ସମାନ ଦାମ୍, ପ୍ରତି ମୁହୁ ର୍ରେ ଏହି ନାରା ଆମେ ଶୁଣୁଥାଉ । ହେଲେ ବାସ୍ତବତା ହେଉଛି, ଆଜିର ଦିନରେ ବି ଲିଙ୍ଗଗତ ଭେଦଭାବ ଅର୍ଥାତ ପୁଅ ଝିଅଙ୍କ କ୍ଷେତ୍ରରେ ଦରମା ତାରତମ୍ୟ ରହିଛି । ମୋନଷ୍ଟର ସାଲାରି ଇଣ୍ଡେକ୍ସର ତଥ୍ୟ ଅନୁସାରେ, ମହିଳା ପୁରୁଷଙ୍କ ଠାରୁ ୨୫% କମ ଦରମା ପାଉଛନ୍ତି । କର୍ମକ୍ଷେତ୍ରରେ ପୁରୁଷଙ୍କୁ ପ୍ରଧାନ୍ୟ ମିଳିବା, ସୁପରଭାଇଜରୀ ପୋଜିସନ ପାଇଁ ପୁରୁଷଙ୍କୁ ଚୟନ କରିବା ଭଳି ଅନେକ କାରଣ ଏଥିପାଇଁ ଦାୟୀ ।

ସହମତି ବିନା ସଂପର୍କ

ବିନା ସହମତିରେ ଜବରଦସ୍ତ ଯଦି ସ୍ୱାମୀ ସ୍ତ୍ରୀ ସହ ସଂପର୍କ ରଖେ, ତେବେ ଏହା ମ୍ୟାରିଟାଲ ରେପ୍ ପରିଧି ଭିତରକୁ ଆସିଯାଏ । ଯେତେବେଳେ ଏହାକୁ ଅନେକ ଦେଶ ଅପରାଧ ପରିସରଭୁକ୍ତ କରିସାରିଲେଣି ଦୁର୍ଭାଗ୍ୟବଶତଃ ଭାରତରେ ଏନେଇ ବିତର୍କ ଚାଲିଛି । ପରମ୍ପରା ଆଉ ବିବାହର ପବିତ୍ରତାକୁ ଦ୍ୱାହି ଦିଆଯାଉଛି ।

୧୦୬ ବର୍ଷ ଧରି ଚାଲି ଆସିଥିବା ଅନ୍ତର୍ଜାତୀୟ ମହିଳା ଦିବସର ଆଜିର ଦିନରେ ମଧ୍ୟ ଗୁରୁତ୍ୱ ରହୁଛି । ଗୋଟିଏ ଅନୁଷ୍ଠାନ କିମ୍ବା ଜଣେ ବ୍ୟକ୍ତିଙ୍କ ପାଇଁ ଏହି ସୀମିତ ନୁହେଁ, ସମାଜରେ ବ୍ୟାପକ ପରିବ ର୍ନ ଆଉ ମହିଳା ସଶକ୍ତୀକରଣ ଦିଗରେ ଏହା ମୁହିମରେ ପରିଣତ ହୋଇଯାଇଛି । ଭେଦଭାବ ଆଉ ପରମ୍ପରାଗତ ଅବହେଳାକୁ ଦେଖିଲେ ଲାଗୁଛି, ଆହୁରି ଅନେକ ବାଟ ଯିବାକୁ ବାକି ଅଛି ।