କେତେ ଜାଣନ୍ତି ରଣବୀରଙ୍କୁ ! ପଢନ୍ତୁ ଚକଲେଟ୍ ହିରୋଙ୍କ ଜୀବନର କିଛି ଅଜଣା କଥା

95

ବଲିଉଡରେ ଚକଲେଟ୍ ବୟ ଭାବରେ ଲୋକପ୍ରିୟ ରଣବୀର୍ କପୁର୍ । କେବଳ ଅଭିନୟ ନୁହେଁ ନିଜର ମତୁଆଲା ଅନ୍ଦାଜରେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି କପୁର ପରିବାରର ଏହି ସନ୍ତାନ । ଯଦିଓ ନିଜର ଲଭ୍ ଲାଇଫକୁ ସମସ୍ତଙ୍କ ପାଖରେ ରଣବୀର ଲୁଚାଇ ପାରିନାହାଁନ୍ତି କିନ୍ତୁ ତାଙ୍କ ଜୀବନକୁ ନେଇ ଅନେକ ମଜାଦାର କଥା ଅଛି ଯାହା ଆଜି ଯାଏଁ ବି ଦର୍ଶକଙ୍କ ନଜରଠାରୁ ବହୂତ ଦୂରରେ ଅଛି । ଏବେ ଜାଣନ୍ତୁ ରଣବୀରଙ୍କ ବିଷୟରେ କିଛି ଅଜଣା କଥା ।

ରଣବୀର ପିଲାବେଳୁ ଅବନ୍ତିକା ମଲ୍ଲିକଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଅବନ୍ତିକା ଏବେ ଅଭିନେତା ଇମରାନ୍ ଖାନଙ୍କ ପତ୍ନୀ । ଯଦିଓ ରଣବୀରଙ୍କ ରଙ୍ଗୀନ୍ ପ୍ରେମ କାହାଣୀ ସବୁ କାହା ପାଖରେ ଅଛପା ନାହିଁ ହେଲେ ମଜାଦାର କଥା ହେଉଛି କି ଏହି ଚଳଲେଟ୍ ବୟ ଅବନ୍ତିକାଙ୍କୁ ପିଲାବେଳୁ ପସନ୍ଦ କରୁଥିଲେ ।

ରଣବୀର ସିନେମାରେ ଅଭିନୟ କରିବାକୁ ଚାହୁଁନଥିଲେ । ସେ କେବଳ ପେପସୀର ବିଜ୍ଞାପନ କରିବାକୁ ଚାହୁଁଥିଲେ । ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିଥିଲେ ।

ରଣବୀର ସବୁବେଳେ ହିସାବ କରିବାକୁ ଭଲପାଆନ୍ତି । ତେଣୁ ଡ୍ରାଇଭିଙ୍ଗ୍ ବେଳେ କୌଣସି ବି ଗାଡି ଦେଖିଲେ , ତାର ନମ୍ବର ପ୍ଲେଟରେ ଥିବା ସଂଖ୍ୟାକୁ ଯୋଗ କରିବା ଭଳି ଅଭ୍ୟାସ ତାଙ୍କର ଅଛି । ଏହା ଦ୍ୱାରା ତାଙ୍କ ଗଣିତ ପ୍ରାକ୍ଟିସ୍ ମଧ୍ୟ ହୋଇଥାଏ ।

କପୁର୍ ପରିବାର ନିଜ ମଜାଳିଆ ଡାକ ନାଁ ପାଇଁ ବେଶ୍ ପ୍ରସିଦ୍ଧ । ଯେମିତି ଚିଣ୍ଟୁ , ବେବୋ, ଲୋଲୋ । କିନ୍ତଉ ଏ କ୍ଷେତ୍ରରେ ରଣବୀର ଭାଗ୍ୟବାନ୍ । କାରଣ ତାଙ୍କର କୌଣସି ଡାକ ନାଁ ନାହିଁ । କିନ୍ତୁ ରଣବୀରଙ୍କ ମା’ ନିତୁ ସିଂ ତାଙ୍କୁ ରେମଣ୍ଡ୍ ବୋଲି ଡାକନ୍ତି । କାରଣ ନିତୁଙ୍କୁ ଲାଗେ ରଣବୀର ଜଣେ ପରଫେକ୍ଟ ବ୍ୟକ୍ତି ।

ରଣବୀର ଫୁଟବଲ୍ ଖେଳିବାକୁ ଭଲ ପାଆନ୍ତି । ସେ ଇଣ୍ଡିଆନ୍ ସୁପର୍ ଲିଗ ଫୁଟବଲ ଟିମ୍ ମୁମ୍ବାଇର ମାଲିକ ମଧ୍ୟ ।
କ୍ୟାମେରା ଆଗରେ କାନ୍ଦିବା ରଣବୀରଙ୍କ ପାଇଁ ଖୁବ୍ କଷ୍ଟ । ତେଣୁ ସିନେମା ‘ବମ୍ବେ ଭେଲଭେଟ’ର ଏକ ଦୃଶ୍ୟରେ ରଣବୀରଙ୍କ ଇମୋସନକୁ ବାହାରକୁ ଆଣିବା ପାଇଁ ଅନୁରାଗ୍ କଶ୍ୟପ୍ ଏକ ନିଆରା ପଦକ୍ଷେପ ନେଇଥିଲେ । ସେ ରଣବୀରଙ୍କୁ ମଦ ପିଆଇବା ପରେ ଅନେକ ସମୟ ତାଙ୍କ ସହ କଥା ହୋଇଥିଲେ । ଯାହା ରଣବୀରଙ୍କୁ କ୍ୟାମେରା ଆଗରେ କନ୍ଦାଇବାରେ ସଫଳ ହୋଇଥିଲା ।

ରଣବୀର କେବେ ବି ନିଜ ମା’ ନିତୁ ସିଂଙ୍କ ସିନେମା ଦେଖନ୍ତିନି । ସେ ସବୁବେଳେ ବପା ଋିଷି କପୁରଙ୍କ ସିନେମା ଓ କାମକୁ ପ୍ରଂଶସା କରନ୍ତି । ସେ କୁହନ୍ତି, ପରଦା ଉପରେ ମା’ଙ୍କୁ ଦେଖିଲେ ତାଙ୍କୁ ଲାଜ ଲାଗେ । କାରଣ, କେହି ଯଦି ତାଙ୍କ ସାମ୍ନାରେ ମା’ ନିତୁ ସିଂଙ୍କୁ ଜଜ୍ କରନ୍ତି ତାଙ୍କୁ ଅସ୍ୱାଭାବିକ ଲାଗେ ।

ସିନେମାରେ ଡ୍ୟାନ୍ସ କରିବା ରଣବୀରଙ୍କ ପାଇଁ ଏକ ବଡ ଚ୍ୟାଲେଂଜ୍ । ତାଙ୍କ ପ୍ରଥମ ସିନେମା ‘ସାୱରିୟା’ର ସୁଟିଂ ବେଳେ ଅଭିନୟ କିମ୍ବା ରୋମାଟିଂକ୍ ସିନ୍ ପାଇଁ ନୁହେଁ ବରଂ ଡ୍ୟାନ୍ସ ପାଇଁ ନର୍ଭସ୍ ହୋଇଯାଇଥିଲେ ।