ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ସ୍ୱାମୀ ଦେଇଥିଲେ ଛାଡ଼ପତ୍ର ! ଆଜି ପାକିସ୍ତାନର ଆମ୍ବାସଡ଼ର ଅଛନ୍ତି ମୁନୀବା

65

ପାକିସ୍ତାନର ଆଇରନ ଲେଡ଼ି ନାମରେ ପରିଚିତ ମୁନିବା ମଜାରୀ । ସେ ଚାଲି-ବୁଲି ପାରୁ ପାରନ୍ତି ନାହିଁ । ଏହାସତ୍ୱେ ମୁନୀବା ହ୍ୱିଲ ଚେୟାରରେ ବସି ଭାଗ୍ୟକୁ ନିନ୍ଦି ନାହାନ୍ତି । ନିଜର ଆତ୍ମବିଶ୍ୱସା ବଳରେ ସେ ଆଜି ପାକିସ୍ତାନର ଆମ୍ବାସଡ଼ର ହୋଇ ସଯୁକ୍ତ ରାଷ୍ଟ୍ରରେ ଅଛନ୍ତି । ଆଜି ଦୁନିଆ ଯେଉଁ ମୁନୀବାଙ୍କୁ ଜାଣିଛି ତାଙ୍କ ଅତୀତର କାହାଣୀ ବେଶ୍ ଦୁଃଖଦାୟକ ଥିଲା ।

ମୁନୀବା ଏକ ରକ୍ଷଣଶୀଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଖାପାଖି ୧୮ ବର୍ଷ ବୟସରେ ହିଁ ବାଧ୍ୟବାଧକତାରେ ବିବାହ କରିଥିଲେ । ତାଙ୍କର ବୈବାହିକ ଜୀବନ ବି ସେପରି କିଛି ସୁଖଦ ନଥିଲା । ୨୦୦୧ ରେ ଏପରି ଏକ ସମୟ ଆସିିଲା ଯେତେବେଳ ମୁନୀବାଙ୍କ ଜୀବନରେ କଳା ବାଦଳ ଢ଼ାଙ୍କି ହୋଇଯାଇଥିଲା । ଏକ କାର ଦୁର୍ଘଟଣାରେ ସେ ତାଙ୍କ ଗୋଡ଼ ହରାଇଥିଲେ । କେବଳ ଏତିକି ନୁହେଁ ଦୁର୍ଘଟଣାରେ ସେ ତାଙ୍କର ଗୋଡ଼ ହରାଇବା ପରେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ଶାରୀରିକ ପୀଡ଼ାରୁ ମାନସିକ ପୀଡ଼ା ଅଧିକ ବଢ଼ିଗଲା ।

ଏତିକିରେ ସେ ହାରି ଯାଇନଥିଲେ । ସେ ପେଣ୍ଟିଂ କରିବା ପାଇଁ ବହୁତ ଭଲ ପାଉଥିଲେ । ଦୁର୍ଘଟଣା ପରେ ସେ ତାଙ୍କର ଏହି କାମକୁ ପୁରା କରିବା ପାଇଁ ଚେଷ୍ଟା କରିଥିଲେ । ସେ ତାଙ୍କର ସବସ୍ତ ଭାବାବେଗକୁ ପେଣ୍ଟିଂ ମାଧ୍ୟମରେ ଲୋକଙ୍କ ଆଗରେ ଉପସ୍ଥାପନ କରିଥିଲେ । ଧୀରେ ଧୀରେ ତାଙ୍କୁ କଳା କ୍ଷେତ୍ରରେ ପରିଚୟ ମିଳିଲା । ମୁନୀବାଙ୍କୁ ଆଜି ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ଆମ୍ବାସଡ଼ର ରୂପରେ ପରିଚିତ । ମୁନୀବାଙ୍କ କାହାଣୀ ଶୁଣିି ହାତଶ ଓ ନିରାଶ ହେଉଥିବା ଲୋକଙ୍କୁ ଆଶାର କିରଣ ମିଳିବ । ଏବଂ ଜୀବନ ଜିଇଁବା ପାଇଁ ପ୍ରେରଣା ମିଳିବ ।