ଏବେ ଅଟୋରେ ଯାତ୍ରା କଲେ ମିଳିବ ମାଗଣା ୱାଇ-ଫାଇ ! କ୍ୟାବ୍ କଂପାନୀର ଅଭିନବ ସୁବିଧା

54

ଡିଜିଟାଲ ଦିଗରେ ପୁଣି ଆଉଗୋଟେ ପାଦ ଆଗେଇବ ଭାରତ । ଏବେ ଆପଣ ଘର, ଅଫିସ ଓ ସର୍ବସାଧାରଣ ସ୍ଥାନ ଛଡା ଅଟୋରେ ଯାତ୍ରା କରିବାସମୟରେ ମଧ୍ୟ ମାଗଣା ୱାଇ-ଫାଇର ମଜା ନେଇପାରିବେ । କ୍ୟାବ୍ ସେବା ଯୋଗାଉଥିବା କମ୍ପାନୀ ଓଲା ନିଜର ସେବା ବିସ୍ତାର ଲାଗି ଅଟୋ କନେକ୍ଟ ୱାଇ-ଫାଇର ସୁବିଧା ଦେବାଲାଗି ନିଷ୍ପତ୍ତି ନେଇଛନ୍ତି ।

ଦେଶର ୭୩ସହରରେ ଓଲା ଅଟୋର ସୁବିଧା ସଂଚାଳିତ ହେଉଛି । କମ୍ପାନୀ ଅନ୍ୟ ସହର ମଧ୍ୟରୁ ପୁନେ, ଅହମ୍ମଦାବାଦ, ଚଣ୍ଡିଗଡ, ଜୟପୁର ଏବଂ ହାଇଦ୍ରାବାଦ ଭଳି ମେଟ୍ରୋ ସହର ଗୁଡିକରେ ମଧ୍ୟ ଅଟୋରେ ମାଗଣା ୱାଇ-ଫାଇ ସୁବିଧା ଆରମ୍ଭ ହୋଇଛି । ଓଲାର ବରିଷ୍ଠ ନିର୍ଦ୍ଦେଶକ ଏବଂ ଅଟୋର ମୁଖ୍ୟ ଅଧିକାରୀ ସିଦ୍ଧାର୍ଥ ଅଗ୍ରୱାଲ କହିଛନ୍ତି, “ଅଟୋ କନେକ୍ଟ ୱାଇ-ଫାଇ ଜରିଆରେ ଗ୍ରାହକଙ୍କ ଅନୁଭବକୁ ସରଳ ବନାଇବାକୁ ପ୍ରୟାସ କରୁଛୁ ।”

ଓଲା ୨୦୧୫ରେ ‘ପ୍ରାଇମ’ ଉପଭୋକ୍ତାଙ୍କ ଲାଗି ୱାଇ-ଫାଇ ଫିଚର ଲଂଚ କରିଥିଲା । ପ୍ରାଇମ ବିଭାଗୀୟ ଉପଭୋକ୍ତାଙ୍କୁ ମାଇକ୍ରୋ ଏବଂ ମିନି କ୍ୟାବ ରେ ମଧ୍ୟ ୱାଇ-ଫାଇ ବ୍ୟବହାର ସୁବିଧା ଦିଆଯାଉଛି । ପ୍ରାଇମ୍ ଗ୍ରାହକମାନେ ମାସକୁ ୨୦୦ଟିବିରୁ ଅଧିକ ଡାଟା ବ୍ୟବହାର କରୁଛନ୍ତି । ଜଣେ ଓଲା ଗ୍ରାହକ ଅତିକମରେ ୨୦ଏମ୍ବି ଡାଟା ବ୍ୟବହାର କରିଥା’ନ୍ତି ।

ପ୍ରଥମଥର ପାଇଁ ଓଲା ଅଟୋର ୱାଇ-ଫାଇ ସୁବିଧା ପାଇଁ ଉପଭୋକ୍ତାଙ୍କୁ ନିମ୍ନ ସାରଣୀ ଦେଇ ଗତି କରିବାକୁ ପଡିବ ।
୧ -ରାଇଡ ଆରମ୍ଭ ହେଲାପରେ ଓଲା ଆପକୁ ଯା’ନ୍ତୁ ଏବଂ ୱାଇ-ଫାଇ ଟ୍ୟାପ୍ କରନ୍ତୁ ।
୨ -ଏହାପରେ ଟ୍ରାକ୍ ଇୟୋର ରାଇଡ୍ ବିକଳ୍ପରେ କ୍ଲିକ୍ କରନ୍ତୁ ।
୩-ଏହାପରେ ଆପଣଙ୍କୁ ଆସେସ ହୋଇଥିବା ନାଁ ଏବଂ ପାସୱାର୍ଡ ମିଳିଯିବ ।
୪-ଏହା ସାହାଯ୍ୟରେ ୱାଇ-ଫାଇ ବ୍ୟବହାର କରାଯାଇପାରିବ ।

(ସୌଜନ୍ୟ- ଅମର ଉଜାଲା)