ଦକ୍ଷିଣ ଓ ପଶ୍ଚିମ ପରେ ଏବେ ଉତ୍ତର ଓଡିଶାରେ ଚକଡା ଚଡକ : ଧାନ ବିଲରେ ମାଟିଆ ଗୁଣ୍ଡି ବା ଚକଡ଼ା ପୋକ ଦେଖି ହତାଶ ମୟୂରଭଂଜର ଚାଷୀ

ଦକ୍ଷିଣ ଓ ପଶ୍ଚିମ ପରେ ଏବେ ଉତ୍ତର ଓଡିଶାରେ ଚକଡା ଚଡକ

74

କନକ ବ୍ୟୁରୋ : ଧାନ ବିଲରେ ମାଟିଆ ଗୁଣ୍ଡି ବା ଚକଡ଼ା ପୋକ ଆତଙ୍କ । ଦକ୍ଷିଣ ଓ ପଶ୍ଚିମ ପରେ ଏବେ ଉତର ଓଡିଶାରେ ଚକଡା ଚଡକ । ଧାନ ବିଲରେ ରୋଗ ପୋକ ତାର ପ୍ରାଦୁର୍ଭାବ ଦେଖାଇଲାଣି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ମାଟିଆ ଗୁଣ୍ଡି ପୋକକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ପାଚିଲା ଧାନ କ୍ଷେତ ଦେଖି ବ୍ୟାଙ୍କ ଋଣ ପରିଶୋଧ ପାଇଁ ସ୍ୱପ୍ନ ଦେଖିଥିବା ଆଦିବାସୀ ଅଂଚଳର ଚାଷୀ ଏବେ ହତାଶ ହୋଇପଡିଛନ୍ତି  । ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଜୟବିଲ୍ଲା ଗାଁର ଚାଷୀ ଜଗେଶ୍ୱର ବେହେରା । ଚଳିତ ବର୍ଷ ୨ମାଣ ଜମିରେ ଧାନ ଚାଷ କରିଥିଲେ । ଧାନ ମଧ୍ୟ ବେଶ ଭଲ ଫଳିଥିଲା । ହେଲେ ପାଚିଲା କେଣ୍ଡାରେ ଏବେ ଗୁଣ୍ଡି ପୋକ ଲାଗିବାରୁ ତାଙ୍କ ଚିନ୍ତା ବଢିଯାଇଛି । ପାଚିଲା କେଣ୍ଡା ଲାଗିଥିବା ପୋକ  ଧାନ ଗୁଡିକୁ ଖାଇଦେଇଥିବାରୁ ସେଗୁଡିକ ଅଗାଡି ହୋଇଯାଇଛି ।

ସେହିଭଳି ଆଉ ଜଣେ ଚାଷୀ ହେଉଛନ୍ତି ସେହି ଗାଁର ଦେବେନ୍ଦ୍ର ବେହେରା । ସେ ମଧ୍ୟ ଧାନ ବିଲକୁ ଦେଖି ଭାଙ୍ଗି ପଡିଛନ୍ତି । କେବଳେ ଶ୍ୟାମାଖୁଣ୍ଟା ବ୍ଲକ ନୁହେଁ କପ୍ତିପଦା ବ୍ଲକ ଡିହିରାକୁଳ ଗାଁର ଚାଷ ଜମିରେ ମଧ୍ୟ ଚକଡା ପୋକ ଲାଗି ଯାଇଛନ୍ତି । ଜିଲ୍ଲାର ମୋଟ୨୬ଟି ବ୍ଲକରେ ୫୭୪ ହେକ୍ଟର ଜମିରେ ପୋକ ଲାଗି କ୍ଷତି ହୋଇଛି । ତେବେ ଜମୀ କୁ କିଭଳି ଏହି ପୋକ ଦାଉରୁ ରକ୍ଷା କରାଯାଇପାରିବ ସେ ନେଇ ପରାମର୍ଶ ଦେଇଛନ୍ତି ଫସଲ ସୁରକ୍ଷା ଅଧିକାରୀ ।