ଏଣିକି ଟ୍ରାଫିକ ନିୟମ ଭାଙ୍ଗିବା ପଡିବ ମହଙ୍ଗା ! ନିୟମ ଉଲଙ୍ଘନକାରୀଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ଥାନାକୁ ଡାକିବ ପୋଲିସ ।
ଟ୍ରାଫିକ ନିୟମ ଭାଙ୍ଗିବା ଆଜିକାଲି ଯୁବ ପିଢିମାନଙ୍କର ଏକ ଅଭ୍ୟାସ ହୋଇଗଲାଣି । ଟ୍ରାଫିକ ନିୟମ ଭଙ୍ଗିବା ଦ୍ୱାରା ଅନେକ ଦୁର୍ଘଟଣା ହେଉଥିଲେ ମଧ୍ୟ ଲୋକମାନେ ସଚେତନ ହେଉନାହାଁନ୍ତି । ଏନେଇ ପ୍ରଶାସନ ଅନେକ ଆଇନ କାନୁନ ତିଆରି କରିଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ହେଉଥିବା ବେଳେ ଆଉ କିଛି କର୍ଯ୍ୟକାରୀ ହୋଇପାରି ନାହିଁ । ଦୁର୍ଘଟଣାକୁ ରୋକିବା ପାଇଁ ଗତ କିଛି ଦିନ ପୂର୍ବ ପ୍ରଶାସନ ତରଫରୁ ଟ୍ରାଫିକ ଆଇନ କାନୁନ ଗୁଡିକୁ ସଂସୋଧନ କରାଯାଇ କରାଯାଇଛି । କିନ୍ତୁ ଏବେ ସେଗୁଡିକୁ କାର୍ଯ୍ୟକାରୀ ହେବା ପାଇଁ ରାଷ୍ଟ୍ରପତିଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ରାଷ୍ଟ୍ରପତିଙ୍କ ଅନୁମତି ମିଳିବା ପରେ ପ୍ରସ୍ତାବ ଆଇନିରେ ପରିଣତ ହେବ । ସଂସୋଧିତ ହୋଇଥିବା ଆଇନି ଗୁଡିକୁ ସିକୃତି ମିଳିନଥିବା ବେଳେ ଇନ୍ଦୋରରେ ଟ୍ରାଫିକ ନିୟମକୁ ନେଇ ଆଉ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନି ଅନୁଯାଇ ଇନ୍ଦୋରରେ ବାସ କରୁଥିବା କୌଣସି ବ୍ୟକ୍ତି ଯଦି ଟ୍ରାଫିକ ନିୟମକୁ ଉଲଙ୍ଘନ କରେ ତେବେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଥାନାକୁ ନିଆଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକୃତରେ ଏହି ନିୟମ ସେହି ଲୋକମାନଙ୍କ ପାଇଁ ତିଆରି ହୋଇଛି, ଯେଉଁମାନେ ପ୍ରତିଦିନ ଟ୍ରାଫିକ ରୁଲ ଭାଙ୍ଗି ଚାଲାଣ କଙ୍କିବା ପରେ ମଧ୍ୟ ନିଜକୁ ସୁଧାରିନଥାନ୍ତି । ଟ୍ରାଫିକରେ ଚାଲାଣ କାଟିବା ସତ୍ୱେ ମଧ୍ୟ ବାରମ୍ବାର ଟ୍ରାଫିକ ନିୟମକୁ ଉଲ୍ଳଙ୍ଘନ କରି ନିଜେ ବିପଦରେ ପଡିଥାନ୍ତି ଏବଂ ଅନ୍ୟଙ୍କ ଜୀବନ ମଧ୍ୟ ବିପଦରେ ପକାଇଥାନ୍ତି ।
ଇନ୍ଦୋରର ଡିଆଇଜି ହରିନାରାୟଣ ଚାରୀ ମିତ୍ରାଙ୍କ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗେ ତେବେ ଅଭିଯୁକ୍ତଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଥାନାକୁ ଡକାଯିବ । ଏବଂ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ ଏକ୍ସପର୍ଟ ଓ କାଉଁସିଲଙ୍କ ଜରିଆରେ ସମସ୍ତଙ୍କୁ ଟ୍ରାଫିକ ଭାଙ୍ଗିଲେ କେଉଁ କେଉଁ ଅସୁବିଧା ହେଉଛି ତାହା ବୁଝାଇବା ସହିତ ପୂନର୍ବାର ଏପରି ଭୁଲ ନକରିବା ପାଇଁ ପରାମର୍ଶ ଦିଆଯିବ । କେବଳ ସେତିକି ନୁହେଁ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତି ଯେପରି ପୂନର୍ବାର ଏମିତିି ଭୁଲ ନକରେ ସେନେଇ ପରିବାର ଲୋକଙ୍କ ସମ୍ନାରେ ଶପଥ ନେବାକୁ ପଡିବ । ତେଣୁ ଲୋକମାନଙ୍କୁ ସଚେତନ କରାଇବା ଏହି ନିୟମର ମୂକ୍ଷ ଲକ୍ଷ ଅଟେ ।