ରେଳବାଇ ନିଯୁକ୍ତି ପାଇଁ ବଦଳିଲା ନିୟମ ! ପରୀକ୍ଷାର୍ଥୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ୩ଟି ନୂଆ ସର୍ତ୍ତ ରଖିଛି ବିଭାଗ

67

ଭାରତୀୟ ରେଲବାଇରେ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏବେ ରେଳବାଇଲରେ ଚାକିରି ପାଇବା ପାଇଁ ୩ଟି ସର୍ତ୍ତ ପୂରଣ କରିବା ପାଇଁ ପଡ଼ିବ । ଆଉ ଏହି ପରିବର୍ତ୍ତିତ ନିୟମ ଯୋଗୁଁ ବଢିପାରେ ପରୀକ୍ଷାର୍ଥୀଙ୍କ ସମସ୍ୟା । ଦେଶର ୨୧ଟି ରେଲବାଇ ନିଯୁକ୍ତି ବୋର୍ଡ ନିୟମାନୁସାରେ ଏଏଲପି ଓ ଟେକ୍ନିସିଆନ ପଦ ପାଇଁ ଅନଲାଇନ ଆବେଦନ କରିବାକୁ ପଡିବ । ଏଥିପାଇଁ ୩ ଫେବୃୟାରୀ ୨୦୧୮ ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବା ପାଇଁ ଶେଷ ତାରିଖ ମାର୍ଚ୍ଚ ୫ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି । ଇଚ୍ଛୁକ ଆବେଦନକାରୀମାନେ ୱେବସାଇଟ indianrailways.gov.in ରେ ରେଜିଷ୍ଟ୍ରେସନ କରିପାରିବେ ।

ଆସନ୍ତୁ ଜାଣିବା କ’ଣ ରହିଛି ତିନୋଟି ସର୍ତ୍ତ ?
ଏବେ ରେଲବାଇ ନିଯୁକ୍ତି ବୋର୍ଡ ( ଆରଆରବି)ର ପରୀକ୍ଷାରେ ବସିବା ପାଇଁ ପ୍ରାର୍ଥୀମାନଙ୍କୁ ୫ ଗୁଣା ଅଧିକ ଶୁଳ୍କ ଦେବା ପାଇଁ ପଡିବ । ଆବେଦନ କରିବା ସମୟରେ ଆଧାର ନମ୍ବର ଜରୁରୀ ନୁହେଁ । ତା’ସହ ଅନଲାଇନ ଆବେଦନ ନିଯୁକ୍ତି ବୋର୍ଡ ଓ ପଦ ପାଇଁ ବିକଳ୍ପ କଲମ୍ ମଧ୍ୟ ବନ୍ଦ କରି ଦିଆଯାଇଛି । ଆରଆରବିର ଅଧ୍ୟ୍ୟକ୍ଷଙ୍କ କହିବା ଅନୁସାରେ, ବୋର୍ଡ ଆସିଷ୍ଟାଂଟ ଲୋକୋ ପାୟଲଟ (ଏଏଲପି) ଓ ଟେକ୍ନିସିଆନର ବିଭିନ୍ନ ପଦବୀ ପାଇଁ ଆବେଦନ ଶୁଳ୍କ ବଢାଇ ଦିଆଯାଇଛି । ଜେନେରାଲ ଓ ଓବିସି କାଟାଗୋରୀରେ ଅନ୍ତର୍ଭକ୍ତ ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବା ପାଇଁ ପଡିବ । ଏହା ପୂର୍ବରୁ ପ୍ରାର୍ଥୀମାନେ ୧୦୦ ଟଙ୍କାରେ ଆବେଦନ କରୁଥିଲେ ।

ଏସସି/ଏସଟି ପ୍ରାର୍ଥିଙ୍କ ଶୁଳ୍କ ଫେରାଇ ଦିଆଯିବ –
ଅନ୍ୟ ପଟେ ଏସସି/ଏସଟିି ପ୍ରାର୍ଥୀଙ୍କ ପାଇଁ ପ୍ରଥମ ଥର ପାଇଁ ୨୫୦ ଟଙ୍କା ଶୁଳ୍କ ମଗାଯାଇଥିଲ । କିନ୍ତୁ ଏହି ଶୁଳ୍କ ଫେରାଇ ଦିଆଯିବ ବୋଲି ଆରଆରବି ନିଷ୍ପତ୍ତି ନେଇଛି । ଯେଉଁ ପ୍ରାର୍ଥୀମାନେ ୨୫୦ ଟଙ୍କାରେ ଆବେଦନ କରି ପରୀକ୍ଷାରେ ଉପସ୍ଥିତ ରହିଥିବେ ସେମାନଙ୍କୁ ମଧ୍ୟ ଏହି ମୂଲ୍ୟ ଫେରାଇ ଦିଆଯିବ । ଆବେଦନ ଶୁଳ୍କକୁ ଫେରସ୍ତ ପାଇବା ପାଇଁ ପ୍ରାର୍ଥୀମାନଙ୍କୁ ରେଲବାଇକୁ ବ୍ୟାଙ୍କର ସମସ୍ତ ବିବରଣୀ ଦେବାପାଇଁ ପଡିବ । ଯାହାଦ୍ୱାରା ତାଙ୍କ ଆବେଦନ ଶୁଳ୍କ ବ୍ୟାଙ୍କ ଆକାଉଂଟ ଖାତାକୁ ପଠାଯାଇ ପାରିବ । ଏହା ପୂର୍ବରୁ ଏସସି/ ଏସଟି ପ୍ରାର୍ଥୀଙ୍କୁ ଠାରୁ ଶୁଳ୍କ ନେବା ବ୍ୟବସ୍ଥା ନଥିଲା ।

ରେଲବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆଧାର ନମ୍ବର ବାଧ୍ୟ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛଇ । ଆଧାର ସହ ଜଡିତ ମାମଲା କୋର୍ଟରେ ବିଚାରଧିନ ରହିଛି । ଯେଉଁଥି ପାଇଁ ନିଯୁର୍କ୍ତି ବୋର୍ଡ ପରୀକ୍ଷାକୁ ନେଇ କୌଣସି ପ୍ରକାର ବିବାଦୀୟ ନିୟମକୁ ନେବା ପାଇଁ ଚାହୁଁନାହାନ୍ତି ।

ଏବେ ଅନଲାଇନ ଆବେଦନ କରୁଥିବା ପ୍ରାର୍ଥୀମାନେ କଲମ ବିକଳ୍ପ ପାଇ ପାରବେ ନାହିଁ । କାରଣ ଏହି ବ୍ୟବସ୍ଥାକୁ ଆରଆରବି ବନ୍ଦ କରିଦେଇଛି । ଏ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ବୋର୍ଡ ଓ ସମାନ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଭିନ୍ନ ଭିନ୍ନ ପଦ ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଏଥର ଏହି ବ୍ୟବସ୍ଥା ଆଉ ନାହିଁ । ଏବେ ଆବେଦନ କରି ସାରିବା ପରେ ଏକ ଅନଲାଇନ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ପାସ କରିଥିବା ବିଦ୍ୟାର୍ଥୀଙ୍କୁ ପାଖାପାଖି ଏକ ମାସ ପରେ ବୋର୍ଡ ଓ ପଦର ବିକଳ୍ପ ପାଇଁ ଏସଏମଏସ କିମ୍ବା ରେଜିଷ୍ଟ୍ରେଡ଼୍ ଇ-ମେଲ ଦ୍ୱାରା ପଚରାଯିବ । ପୂର୍ବରୁ ପରୀକ୍ଷୀର୍ଥୀମାନେ ଏକରୁ ଅଧିକ ବୋର୍ଡ ପାଇଁ ଆବେଦନ କରୁଥିବାରୁ ଆବେଦନକାରୀଙ୍କ ସଂଖ୍ୟା ବହୁତ ଅଧିକ ହୋଇ ଯାଉଥିଲା । ସେଥିପାଇଁ ଏହି ବ୍ୟବସ୍ଥା କରିବା ଦ୍ୱାରା ଅନଲାଇନ ଆବେଦନ କରୁଥିବା ପ୍ରାର୍ଥୀ ସଂଖ୍ୟା କିଛି ମାତ୍ରାରେ କମି ଯାଇପାରନ୍ତି ।