ଦର୍ଶକ ଗ୍ୟାଲେରୀରେ ‘ବଳିଦାନ’ ପ୍ଲାକାର୍ଡ: ଧୋନିଙ୍କୁ ସମର୍ଥନ ଜଣାଇ ‘ବଳିଦାନ’ ଚିହ୍ନକୁ ପଡ଼ିଆ ଭିତରକୁ ନେଇ ଆସିଲେ ପ୍ରଶଂସକ

138

କନକ ବ୍ୟୁରୋ: ବିଶ୍ୱକପ କ୍ରିକେଟ ସମୟରେ ବେଶ ଚର୍ଚ୍ଚାରେ ରହିଛି ଧୋନିଙ୍କ ଗ୍ଲୋଭସରେ ଥିବା ବଳିଦାନ ପ୍ରତୀକ । ଗତକାଲି ଧୋନିଙ୍କୁ ତାଙ୍କ ଗ୍ଲୋଭସରେ ବଳିଦାନ ପ୍ରତୀକ ପିନ୍ଧିବାକୁ ଆଇସିସି ଅନୁମତି ଦେଇନଥିଲା । ଓଭାଲ ଗ୍ୟାଲେରୀରେ ଗତକାଲି କିନ୍ତୁ ବଳିଦାନ ପ୍ଲାକାର୍ଡ ଓ ତତ ସମ୍ପର୍କିତ ସ୍ଲୋଗାନ ବହୁ ଦର୍ଶକଙ୍କ ହାତରେ ଦେଖିବାକୁ ମିଳିଥିଲା । ଧୋନିଙ୍କୁ ସମର୍ଥନ ଜଣାଇବାକୁ ଯାଇ ସେମାନେ ‘ବଳିଦାନ’ ଚିହ୍ନକୁ ପଡ଼ିଆ ଭିତରକୁ ନେଇ ଆସିଥିଲେ। ଏହାକୁ ମଧ୍ୟ ଗର୍ବର ସହ ଦେଖାଇଥିଲେ।

ଧୋନିଙ୍କୁ ସମର୍ଥନ ଜଣାଇବାକୁ ଯାଇ ସେମାନେ ବଳିଦାନ ଚିହ୍ନକୁ ପଡିଆ ଭିତରକୁ ନେଇ ଆସିଥିଲେ । ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ବଳିଦାନ ପ୍ରତୀକ ଥିବା ଗ୍ଲୋଭସ ପିନ୍ଧିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇର ଅନୁରୋଧକୁ ଅଗ୍ରାହ୍ୟ କରି ଆଇସିସି ଧୋନିଙ୍କୁ ଏହି ଗ୍ଲୋଭସରେ ମ୍ୟାଚ ଖେଳିବାର ଅନୁମତି ଦେଇନଥିଲେ । ଫଳରେ ଧୋନି ଗତକାଲି ନିଜ ଗ୍ଲୋଭସରୁ ବଳିଦାନ ପ୍ରତୀକକୁ କାଢିନେଇଥିବା ଦେଖାଯାଇଥିଲା । ସେପଟେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନିଜ ‘ୟୁନିଭର୍ସାଲ ବସ୍’ ଲୋଗୋ ପିନ୍ଧି ମ୍ୟାଚ୍ ଖେଳିବାକୁ ଆଇସିସିଠାରୁ ଅନୁମତି ଲୋଡ଼ିଥିଲେ। ହେଲେ ଆଇସିସି ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲା।