ବିରାଟ ଅପେକ୍ଷାରେ ବାରବାଟୀ ! ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡର ନେଟ୍ ପ୍ରାକଟିସ୍

24

କନକ ବ୍ୟୁରୋ : ସାରା ରାଜ୍ୟରେ କ୍ରିକେଟ ଫିଭର୍ । ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ଉଭୟ ଦଳର ଟିମ୍ । ପ୍ରଥମ ଦିନିକିଆରେ ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିରାଟ ବାହିନୀର କ୍ରେଜ୍ ଆହୁରି ବଢିଯାଇଛି ।

ବ୍ୟାଟେଲ ବାରବାଟି ପାଇଁ ଫ୍ୟାନମାନଙ୍କ କ୍ରେଜ୍ । କଡା ପୋଲିସ୍ ଛାଉଣୀ । ହେଲେ ଉତ୍କଣ୍ଠା ସହ ଖେଳାଳୀଙ୍କୁ ଅପେକ୍ଷା କରୁଥିଲେ ଫ୍ୟାନ୍ । ପାଟିରେ କୋହଲି ଓ ଧୋନିର ଧ୍ୱନୀ । ଅପରାହ୍ନ ୧.୪୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ମାତ୍ରେ, ଦୁଇଟି ସ୍ୱତନ୍ତ୍ର ବସରେ ଉଭୟ ଟିମର ଖେଳାଳୀଙ୍କୁ ମେ ଫେୟାର ନିଆ ଯାଇଥିଲା ।

ମେଫୟାର ହୋଟେଲ ବାହାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା । ରାସ୍ତାର ଉଭୟ ପଟେ ଫାନଙ୍କ ଭିଡ । କିଏ ଦେହରେ ତ୍ରିରଙ୍ଗା ରଙ୍ଗେଇ ଜାତୀୟ ପତକା ଉଡାଉ ଥିଲେ ତ ଅନ୍ୟମାନେ ହାତ ହଲାଇ ଖେଳାଳୀଙ୍କ ସମାନ୍ୟା ଝଲକ ଦେଖିବା ପାଇଁ ବ୍ୟାକୁଳ ଥିଲେ ।

ହୋଟେଲ ଭିତରେ ଖେଳାଳୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଥିଲେ ହୋଟେଲ କର୍ମଚାରୀ । ସେମାନେ ବସରୁ ଓହ୍ଲାଇବା ମାତ୍ରେ, ହୁଳହୁଳି ଓ ଶଂଖନାଦରେ କମ୍ପିଥିଲା ପରିବେଶ । ପରାମ୍ପରିକ ନାଚ ସହ ସେମାନଙ୍କ ଦିଆଗଲା ରାଜକୀୟ ସ୍ୱାଗତ ସମ୍ବର୍ଦ୍ଧନା । ଫୁଲ ମାଳ ଓ ମଥାରେ ତିଳକ ମାରି ହୋଟେଲ ଭିତରକୁ ପ୍ରବେଶ କଲେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ । ସେପଟେ ସଂଖ୍ୟାରେ କମ୍ ଥିଲେ ବି ଇଲଣ୍ଡ ଖେଳାଳୀଙ୍କୁ ଚିୟର କରିବା ପାଇଁ ବ୍ରିଟେନରୁ ଆସିଛନ୍ତି ଫ୍ୟାନ୍ । ଆଶା ବାରବାଟି ଦିନିକିଆ ଦଳ ପାଇଁ ଶୁଭଙ୍କର ହେବ ।

ବାରବାଟିରେ ଖେଳାଯାଇଥିବା ଗତ କିଛି ଏକଦିବସୀୟ ମ୍ୟାଚ ଭାରତ ପାଇଁ ସୁଫଳ ଆଣିଛି । ହେଲେ ମନରେ ଏଯାଏ ତାଜା ରହିଛି ବୋତଲ ମାଡ ଘଟଣା । ଏସବୁ ସତ୍ୱେ, ପ୍ରଥମ ଦିନିକିଆର ଦମଦାର୍ ପ୍ରଦର୍ଶନ ବାରବାଟିରେ ଟିମ୍ ଇଣ୍ଡିଆ ଦୋହରାଇବ ବୋଲି ଫ୍ୟାନସ୍ ଆଶା ବାନ୍ଧିଛନ୍ତି ।