ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ,ହେଲେ ପାକିସ୍ତାନର ଅଜବ ଯୁକ୍ତି: ‘ଆମେ ମାରି ଖସାଇ ଦେଲୁ ୨ ବିମାନ, ଜଣେ ପାଇଲଟରୁ କରିଛୁ ଗିରଫ’

ଜମ୍ମୁକାଶ୍ମୀର ବଡଗାମରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ମିଗ ଯୁଦ୍ଧ ବିମାନ

688

ପୁଲୱାମା ଆତଙ୍କୀ ଆକ୍ରମଣର କଡା ଜବାବ ଦେଇଛି ଭାରତ । ଉଭୟ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀଙ୍କ ୧୩ଟି ଆଡ୍ଡା ଉପରକୁ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତୀୟ ସେନା । ଆଉ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଏବେ ରକ୍ତର ଚାଉଳ ଚୋବାଉଛି ପାକିସ୍ତାନ । ଏହାକୁ ନେଇ ଗତକାଲିଠାରୁ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି କ୍ରମରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବିମାନରେ ଥିବା ଦୁଇ ଜଣ ପାଇଟଲଙ୍କର ମୃତ୍ୟୁ ଘଟିଛି ।  କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା କି , ପାକିସ୍ତାନର ଯୁକ୍ତି ରହିଛି କି ପାକ୍ ସେନାର ଆକ୍ରମଣ କରି ଦୁଇ ଭାରତୀୟ ବିମାନକୁ ମାରି ତଳେ ପକାଇଦେଇଛି ।

ପାକ୍ ସେନା ଆହୁରୀ ମଧ୍ୟ ଦାବି କରିଛି କି, ଜଣେ ଭାରତୀୟ ପାଇଲଟଙ୍କୁ ବି ସେମାନେ ଗିରଫ କରିଛନ୍ତି । ଯେବେକି ଜଣେ ପାଇଲଟ  ଲୁଚି ରହିଛନ୍ତି । ତେବେ ଭାରତ ପକ୍ଷରୁ ଏସଂପର୍କରେ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏଠାରେ ଆମେ କହି ରଖୁଛୁ କି, ଭାରତୀୟ ବାୟୁସେନାର ଏକ ବିମାନ  ବଡଗାମରେ ଖସିପଡିଥିବା ବେଳେ ଅନ୍ୟ ଏକ ବିମାପାକିସ୍ତାନୀ ସୀମାରେଖାରେ ଖସି ପଡିଥିଲା ।

https://aajtak.intoday.in

ଅନ୍ୟପଟେ, ପାକସ୍ତାନର ଯୁଦ୍ଧ ବିମାନ ଆଜି ଭାରତୀୟ ଆକାଶ ସୀମା ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ପାକିସ୍ତାନର ୩ ଏଫ-୧୬ ଜେଟ୍ ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା  । ତେବେ ଭାରତୀୟ ବାୟୁସେନାର ଜବାବ ଯୋଗୁଁ ପାକିସ୍ତାନ ଯୁଦ୍ଧ ବିମାନ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରୁ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି ।  ବର୍ଡରର ନିକଟବର୍ତି ଲେହ, ଜମ୍ମୁ, ଶ୍ରୀନଗର ଓ ପଠାନକୋଟ ବିମାନବନ୍ଦରେ  ହାଇ ଆଲର୍ଟ ଜାରି କରାଯାଇଛି ।